To Premika Heba Mo Dhik Male
Song » To Premika Heba Mo Dhik •
Singer » Humane Sagar •
Music » Pradeepta Rath •
Lyrics » Puspak Parida •
To Premika Heba Mo Dhik Lyrics In Odia
°•. First Line .•°
ଲୋ ପ୍ରିୟା ତୁ ଟା କେଡେ ଅବିବେକି
ଆଜି ମୁଁ ଠିକ୍ ପାରୁଚି ପରଖି
ତୋ ଦି ଦିନିଆ ନକଲି ପ୍ରେମକୁ ଧିକ୍
ଲୋ ପ୍ରିୟା ତୋର ସୁନ୍ଦରୀ ଜନ୍ମକୁ ଧିକ୍
ତୋ ଦଗାଦିଆ ପ୍ରେମିକା ପଣକୁ ଧିକ୍
ଲୋ ପ୍ରିୟା ତୋର ପ୍ରେମର ରାଣକୁ ଧିକ୍
କି ଲାଭ ହେଲା ତୋର
ବିଶ୍ୱାସ ଭାଙ୍ଗି ମୋର
ନିଶ୍ୱାସ ମୋ ଦେଲୁ ରୋକି
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
°•. Second Line .•°
ତୋ ପରି ଗୋଟେ ବେଦରଦି ପ୍ରିୟା
ଆଉ କାହାକୁ ନମିଳୁ
ତୋ ପରି ଗୋଟେ ବେଦରଦି ପ୍ରିୟା
ଆଉ କାହାକୁ ନମିଳୁ
ଯେମିତି ଆଜି ମୁଁ ଜିଅନ୍ତା ଜଳୁଚି
ଆଉ କେଗି ନଜଳୁ
ଆଉ କେଗି ନଜଳୁ
…
ଲୋ ପ୍ରିୟା ତୋତେ ଧର୍ମ ସହିବନି
ମୋ ମନ ଭାଙ୍ଗି ଭଲ ତୁ କଲୁନି
ତୋ ସିଆଣିଆ ମିଛେଇ ଗୁଣକୁ ଧିକ୍
ଲୋ ପ୍ରିୟା ତୋର ଜହରି ମନକୁ ଧିକ୍
ତୋ ଦେଖାଣିଆ ନିରିହ ମୁହଁକୁ ଧିକ୍
ହଁ ପ୍ରିୟା ତୋର କାଠ ହୃଦୟକୁ ଧିକ୍
ମନରେ ଦେଇ ଦାଗ
କହ ଲୋ କଉ ରାଗ
ସୁଝେଇଲୁ ଥିଲା ବାକି
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
°•. Third Line .•°
ଆଜି ନହେଲେବି ଦିନେ ନା ଦିନେ ତୁ
ଖୋଜିବୁ ପ୍ରେମକୁ ମୋର
ଆଜି ନହେଲେବି ଦିନେ ନା ଦିନେ ତୁ
ଖୋଜିବୁ ପ୍ରେମକୁ ମୋର
ଖୋଜିଲେବି ଯେତେ ପାଇବୁନି ମୋତେ
ଚାଲିଯିବି ବହୁଦୂର
ଚାଲିଯିବି ବହୁଦୂର
…
ଲୋ ପ୍ରିୟା ଦେଲୁ ଯେଉଁ ଉପହାର
ତା ଠାରୁ ଭଲ ଟିକିଏ ଜହର
ଲୋ ପ୍ରିୟା ତୋତେ ସପନ ଦେଖିବା ଧିକ୍
ତୋ ପାଇଁ ନିତି ଶାୟେରୀ ଲେଖିବା ଧିକ୍
ଲୋ ପ୍ରିୟା ତୋତେ ଛାତିରେ ରଖିବା ଧିକ୍
ତୋ ପାଇଁ ଏତେ ଲୁହରେ ଭିଜିବା ଧିକ୍
କରି ତୁ ଅଭିନୟ
କଲୁ ଲୋ ମୋତେ ଦାହ
ଛଳନା ଜୁଇରେ ରଖି
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
ଲୋ ପ୍ରିୟା ତୋର ପ୍ରେମିକ ହବା ମୋ ଧିକ୍
ତୋ ପ୍ରେମ ପାଇଁ ବଦଳି ଯିବା ମୋ ଧିକ୍
°•. End .•°
Posted By – OdiaLyrics.Com™
Post Comment