To Duare Haba Changu Mada

Song » To Duare Haba Changu Mada •
Singer » Somnath •
Singer » Ira Mohanty •
Music » Malaya Mishra •
Lyrics » Dr. Nirmal Nayak •

To Duare Haba Changu Mada Lyrics In Odia

°•. First Line .•°

ପୁ – ତୋତେ ସିନ୍ଦୁର ଦେବି ତୋତେ କଙ୍କଣ ଦେବି
ତୋତେ ପାନିଆ ଦେବି ତୋତେ ଆଇନା ଦେବି
ତୋତେ ସିନ୍ଦୁର ଦେବି ତୋତେ କଙ୍କଣ ଦେବି
ତୋତେ ପାନିଆ ଦେବି ତୋତେ ଆଇନା ଦେବି
ତୁ ରାଜି ହେଲେ ପିନ୍ଧିବି ମୁଁ ବାହାଘର ଯୋଡ
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ତୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ତୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ଝି – ବାହା ପାଟ ପିନ୍ଧିବି ତୋର କନିଆଁ ହେବି
ବର ହେଇ ଆସିବୁ ତୋତେ ଅନେଇ ଥିବି
ତୁ ରାଜି ହେଲେ ଉଠିବ ଆମ ବାହାଘର ମେଢ
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ମୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ମୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ

°•. Second Line .•°

ପୁ – ଏ ସୁନା ତୁ ପରା ମୋ ଝିଲ୍’କି ଝିପା ମଇନା
ଓ ଜାନା ଧରାଦେଇ ଆଉ ଉଡି ଯାଆନା
ଏ ସୁନା ତୁ ପରା ମୋ ଝିଲ୍’କି ଝିପା ମଇନା
ଓ ଜାନା ଧରାଦେଇ ଆଉ ଉଡି ଯାଆନା
ଝି – ଏ ଗେଲୁ ଏବେଠାରୁ ଆଉ ଏମିତି ହଅନା
ନା ନାନା ଧରାଦେଲେ ମଜା ଆଉ ରହେନା
ପୁ – ମୋର ଲବଙ୍ଗଲତା ମୋ ଗଜ ମୁକୁତା
ଆଉ ପିନ୍ଧ୍’ନା ତୁ ରିବନ ଫିତା
ଲମ୍ବା ବେଣିରେ ତୋ ଲମ୍ବେଇ ଦେବି ଲୋ ଗଜରା ମଲ୍ଲି କଢ଼
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ତୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ଝି – ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ମୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ

°•. Third Line .•°

ଝି – ରହିଚି ଆଜି ଯାଏଁ ତୋ ପାଇଁ ମୁଁ କୁଆଁରୀ
ଏବେଠୁ ମନରେ ମୋ ବାଜିଲାଣି ମହୁରି
ରହିଚି ଆଜି ଯାଏଁ ତୋ ପାଇଁ ମୁଁ କୁଆଁରୀ
ଏବେଠୁ ମନରେ ମୋ ବାଜିଲାଣି ମହୁରି
ପୁ – ତୁ ମୋର ରୁପ ରାଇଜର ସ୍ୱପ୍ନ ସୁନ୍ଦରୀ
ତୋ ବିନା ମନ କୂଳେ ନାହି ପ୍ରେମ ଲହରି
ଝି – ତୁ ଆସିବୁ ଯେବେ ଧରି ବର ଯାତିରି
ବଢିଯିବ ସେବେଠୁ ମୋ ଖାତିରି
ତୋତେ ଦେଖିବାକୁ ସାଙ୍ଗମାନେ ମୋ ଜମେଇ ଦେବେ ଭିଡ
ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ମୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ପୁ – ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ତୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ଝି – ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ମୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ
ପୁ – ଖାଲି ଡେଇଁ ଯାଉ ଜ୍ୟେଷ୍ଠ ଆଷାଢ
ତୋ ଘର ଆଗେ ରାତି ସାରା ହବ ଚାଙ୍ଗୁ ମାଡ

°•. End .•°

Posted By – OdiaLyrics.Com™

Post Comment