To Chhatire Mu

Song » To Chhatire Mu •
Singer » S Jitu •
Singer » Kunmun •
Music » Manas Kumar •
Lyrics » Hiranya Kumar •

Lyrics In English

To Chhatire Mu Lyrics In Odia

°•. First Line .•°

ପୁ – ମନ ଡାଏରି ରେ ଲେଖିଦେଲି
ଗୋଟେ ନୂଆ କାହାଣୀ
ତା ର ନାୟିକା ତୁ… ତା ର ନାୟିକା ତୁ…
ଝି – ପ୍ରେମ ଡାଏରୀ ରେ ଲେଖିଦେଲି
ଗୋଟେ ନୂଆ ଶାୟେରୀ
ତା ର ନାୟକ ତୁ… ତା ର ନାୟକ ତୁ…
ପୁ – ତୋର ଲାଜୁଆ ଲାଜୁଆ ଆଖି
ମୋତେ ମାରିଦେଲା ରେ
ଝି – ତୋର ସରଳ ହୃଦୟ ମୋର
ମନ ଚୋରି କଲା ରେ
ପୁ – ପ୍ରେମରେ ବନ୍ଦି ହେଇଗଲି ମୁଁ
ମୋ ଛାତିରେ ତୁ ତୋ ଛାତିରେ ମୁଁ ମୁଁ ମୁଁ ମୁଁ
ଝି – ମୋ ଛାତିରେ ତୁ ତୋ ଛାତିରେ ମୁଁ

°•. Second Line .•°

ପୁ – ଇନ୍ଦ୍ରଧନୁ ର ସାତଟି ରଙ୍ଗ
ତୋ ପାଖେ ସବୁ ଲାଗେ ଫିକା
ଝି – ଏଇ ଜୀବନ ଚଲା ବାଟ ରେ
ହେଇଗଲୁ ତୁ ମୋ ଭାଗ୍ୟରେଖା
ପୁ – ଇନ୍ଦ୍ରଧନୁ ର ସାତଟି ରଙ୍ଗ
ତୋ ପାଖେ ସବୁ ଲାଗେ ଫିକା
ଝି – ଏଇ ଜୀବନ ଚଲା ବାଟ ରେ
ହେଇଗଲୁ ତୁ ମୋ ଭାଗ୍ୟରେଖା
ପୁ – ଲକ୍ଷେ ଶ୍ରାବଣର ମେଘ
ତୁ ମେଘ ନନ୍ଦିନୀ
ଝି – ମିଠା ମିଠା କଥା କହି
ମୋତେ କଲୁ ଦିୱାନି
ପୁ – ପ୍ରେମରେ ଛନ୍ଦି ହେଇଗଲି ମୁଁ
ମୋ ଛାତିରେ ତୁ ତୋ ଛାତିରେ ମୁଁ ମୁଁ ମୁଁ ମୁଁ
ଝି – ମୋ ଛାତିରେ ତୁ ତୋ ଛାତିରେ ମୁଁ

°•. Third Line .•°

ଝି – ରାଣୀ ହେଲେ ମୁଁ ରାଜା ହବୁ ତୁ
ଜାଣିବ ଏ ସାରା ଦୁନିଆଁ
ପୁ – ଓଢଣୀ ଟାଣି ଆସିବୁ କେବେ
ହେଇ ଲୋ ମୋର ସୁନା କନିଆଁ
ଝି – ରାଣୀ ହେଲେ ମୁଁ ରାଜା ହବୁ ତୁ
ଜାଣିବ ଏ ସାରା ଦୁନିଆଁ
ପୁ – ଆଲୋ ଆଲୋ ଓଢଣୀ ଟାଣି ଆସିବୁ କେବେ
ହେଇ ଲୋ ମୋର ସୁନା କନିଆଁ
ଝି – ଦୁନିଆଁ ଭିଡ ଭିତରେ
ମନ ତୋତେ ଖୋଜୁଚି
ପୁ – ଆଉ ଛାଡିବିନି ତୋର ହାତ
ମୁଁ କଥା ଦଉଚି
ଝି – ସବୁ ଜନମେ ଥିବି ରେ ମୁଁ
ମୋ ଛାତିରେ ତୁ ତୁ ତୋ ଛାତିରେ ମୁଁ ମୁଁ ମୁଁ ମୁଁ
ପୁ – ମୋ ଛାତିରେ ତୁ ତୋ ଛାତିରେ ମୁଁ ମୁଁ ମୁଁ ମୁଁ
ଝି – ମୋ ଛାତିରେ ତୁ ତୋ ଛାତିରେ ମୁଁ ମୁଁ ମୁଁ ମୁଁ
ପୁ – ମୋ ଛାତିରେ ତୁ ତୋ ଛାତିରେ ମୁଁ

°•. End .•°

Posted By – OdiaLyrics.Com™