To Badapana Ku Dhik
Song » To Badapana Ku Dhik •
Singer » Diptimayee Dash •
Music » Dibya Chandan •
Lyrics » Soumya Ranjan Bal •
To Badapana Ku Dhik Lyrics In Odia
°•. First Line .•°
ତୁ ପାଦ ଟିଏ ମୁଁ ପାଦର ଧୁଳି
କାହିଁକି ଶୁଣିବୁ ମୋ ବିକଳ ଅଳି
ତୁ ବ୍ରହ୍ମଦାରୁ ମୁଁ ପାପି ମେରୁ
ଭାରି ଖୁସି ହେଉ ମୋ ଲୁହ ଢାଳି
ତୋ ବଡପଣକୁ ଧିକ୍
ତୋ ବଡଧାମକୁ ଧିକ୍
ତୋ ବଡପଣକୁ ଧିକ୍
ତୋ ବଡଧାମକୁ ଧିକ୍
ଦୁଃଖ ଯଦି ନଶୁଣିବୁ
ଶ୍ରୀମନ୍ଦିରେ କାଇଁ ବସିଚୁ
ହେ ଜଗାରେ ହେ ଜଗାରେ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
°•. Second Line .•°
ମହାବାହୁ ଡାକି ଯଦି ଲୁହ ପିଇବି
ତୋ ସାଥିରେ କହ କାଇଁ ବନ୍ଧୁ ବାନ୍ଧିବି
ଦବୁ ଚିରନିଦ୍ରା ମୁଁ ଶୋଇ ପଡିବି
ତୋ ଉପରେ କାଇଁ ଆଉ ଭରସା ହେବି
ତୋ ବଡ ନାମକୁ ଧିକ୍
ତୋ ବଡ କାମକୁ ଧିକ୍
ତୋ ବଡ ନାମକୁ ଧିକ୍
ତୋ ବଡ କାମକୁ ଧିକ୍
ନିଜ ହାତେ ଭାଗ୍ୟଲେଖି
ନିଜ ହାତେ ପୋଛି ଦଉଚୁ
ହେ ଜଗାରେ ହେ ଜଗାରେ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
°•. Third Line .•°
ବିନ୍ଦୁରୁ ତୁ ମୋତେ ଯଦି ଆକାର ଦେଲୁ
ଅବହେଳା ଆଜି କାଇଁ ମୋତେ କରିଲୁ
କଉ ଜନମର ଶତ୍ରୁତା ପାଇଁକି
ଏ ଜନମେ ମୋ ଉପରେ ଦାଉ ସାଧିଲୁ
ତୋ ବଡନେତକୁ ଧିକ୍
ତୋ ବଡତୀର୍ଥକୁ ଧିକ୍
ତୋ ବଡନେତକୁ ଧିକ୍
ତୋ ବଡତୀର୍ଥକୁ ଧିକ୍
ବଡ ବୋଲି ମନ ଇଛା
ସବୁ ମାୟା ଖେଳ ଖେଳୁଚୁ
ହେ ଜଗାରେ ହେ ଜଗାରେ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
ସିଂହ ଦୁଆରକୁ କାଇଁ ଖୋଲା ରଖିଚୁ
°•. End .•°
Posted By – OdiaLyrics.Com™
0 comments