Tate Pai Aau Kichhi Nahi Paibara
Song » Tate Pai Aau Kichhi Nahi Paibara •
Singer » Humane Sagar •
Singer » Sital Kabi •
Music » Baidyanath Dash •
Lyrics » Deepak Jena •
Tate Pai Aau Kichhi Nahi Paibara Lyrics In Odia
°•. First Line .•°
ପୁ – କେଉଁ ଦେବତା ର ଆଶିର୍ବାଦ ନା ଏ
କେଉଁ ଜନମ ର ପୁଣ୍ଯ ଫଳ
ଝି – ତୁ ମୋତେ ମିଳିଲୁ ମୁଁ ତୋତେ ମିଳିଲି
ତୋ ସାଥିରେ ବନ୍ଧା ମନ ମୋର
ପୁ – ତୁ କହିଲେ ଚାଲିବି ତୁ କହିଲେ ଝୁଣ୍ଟିବି
ତୋରି ସାଥିରେ ଆଖି ମୁଁ ବୁଜି
ସାରିଦେବି ବାଟ ମୋର
ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
ଝି – ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
°•. Second Line .•°
ପୁ – ଧିରେ ଧିରେ ଆସି ଗୋରୀ
ମନେ ଦେଲୁ ଘର କରି
ଶୋଇଲେ ଚେଇଁଲେ ଦିଶେ ମୁହଁ ତୋହରି
ଧିରେ ଧିରେ ଆସି ଗୋରୀ
ମନେ ଦେଲୁ ଘର କରି
ଶୋଇଲେ ଚେଇଁଲେ ଦିଶେ ମୁହଁ ତୋହରି
ଝି – ଜହ୍ନ ଫିକା ତୋ ବିନା
ମନ ଫିକା ତୋ ବିନା
ତୋ ବିନା ସବୁ ଦିଗ ଲାଗେ ଶୁନା ଶୁନା
ପୁ – ତୁ କହିଲେ ହସିବି ତୁ କହିଲେ ରୁଷିବି
ତୋ ହସ ଲୁହରେ ସୁଖ ମୁଁ ଖୋଜି
କାଟିଦେବି ଦିନ ମୋର
ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
ଝି – ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
°•. Third Line .•°
ଝି – ପାଇଲି ଯେବେ ତୋ ଛୁଆଁ
ଦୁନିଆ ଲାଗିଲା ନୂଆଁ
ତୁ ମୋ ଏକ ରଜା ରବ୍ କା ଦୁଆ
ପାଇଲି ଯେବେ ତୋ ଛୁଆଁ
ଦୁନିଆ ଲାଗିଲା ନୂଆଁ
ତୁ ମୋ ଏକ ରଜା ରବ୍ କା ଦୁଆ
ପୁ – ତୋ ପାଇଁ ଓ ରେ ପ୍ରିୟା ରେ
ଜାଣି ଶୁଣି ହାରିପାରେ
ମରିବା ରେ ମଜା ଅଛି ତୋ ଖୁସି ପାଇଁ ରେ
ଝି – ତୁ କହିଲେ ଜିଇଁବି ତୁ କହିଲେ ମରିବି
ଗୋଟିଏ ଜୁଇରେ ତୋ ସାଥେ ଜଳିଲେ
ଭାବି ନେବି ଭାଗ୍ୟ ମୋର
ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
ପୁ – ତୋତେ ଜାଣି ଆଉ କିଛି ନାହିଁ ଜାଣିବାର
ତୋତେ ପାଇ ଆଉ କିଛି ନାହିଁ ପାଇବାର
°•. End .•°
Posted By – OdiaLyrics.Com™