Tate Hin Khojuthili Mu
Song » Tate Hin Khojuthili Mu •
Singer » Humane Sagar •
Singer » Aseema Panda •
Music » Kalpataru M •
Music » Rakesh Anand •
Lyrics » Kalpataru M •
Lyrics » Bharat Manjori •
Tate Hin Khojuthili Mu Lyrics In Odia
°•. First Line .•°
ପୁ – ମୋ ଜୀବନେ ଆସିଲୁ ତୁ
ଏକି ପ୍ରେମ ରଙ୍ଗ ନେଇ
ବିଶ୍ୱାସ ନଥିଲା ଯଉ ରଙ୍ଗର
ସେଇ ରଙ୍ଗ ଦେଲୁ ବୋଳି
ଏକା ଏକା ବାଟ ଚାଲୁଥିଲି ମୁଁ
ଚାଲୁ ଚାଲୁ ଝୁଣ୍ଟି ପଡୁଥିଲି ମୁଁ
ତୁ ଆସି ହାତ ଧରିନେଲୁ
ମୋତେ ତୋ ନିଜର କରିନେଲୁ
କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
ଝି – ମୋ ହୃଦୟେ ଆସିଲୁ ତୁ
ଏକି ସ୍ପନ୍ଦନ ନେଇ
ଭାଙ୍ଗି ଯାଇଥିଲା ଯଉ ହୃଦୟ
ତୁ ଯୋଡିଦେଲୁ ଆସି
ରାତିର ନିଦ ଗଲା ହଜି
ଯେବେ ଆସିଲୁ ତୁ ପ୍ରେମି ସାଜି
ରହିଲୁ ତୁ ମୋର ଭାବନାରେ
ହସୁଥାଏ ମୁଁ ବିନା କାରଣରେ
କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
°•. Second Line .•°
ଝି – ଏ ଯାଏ କେବେ ଦେଖିନି ହେଲେ
ଆପଣା କାଇଁ ଲାଗୁ ଏତେ
ଖୋଜୁଥିଲି ତୋ ପରିକା ସାଥି
ହେଇଗଲା ମୋର ସ୍ୱପ୍ନ ସତେ
ପୁ – ଦିନ ରାତି ବସି ଭାବେ ତୋ କଥା
ସପନରେ ମୁଁ ଦେଖେ ତୋତେ
ହସ ଭରା ତୋର ଲାଜୁଆ ଓଠ
କହିବାକୁ ଚାହେଁ କଥା କେତେ
ମୋ ପାଖେ ଆସି ବସିଗଲୁ
ବାସନାରେ ମୋତେ ମୋହିନେଲୁ
ଝି – ନକହି କହୁଥିଲୁ ତୁ
ନଶୁଣି ବୁଝୁଥିଲି ମୁଁ
ପୁ – କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
°•. Third Line .•°
ପୁ – ଆଜିବି ମୋତେ ମନେଅଛି
ଆମ ସେ ପ୍ରଥମ ଦେଖା
ଆଖିରେ ଆଖି ମିଶିଲା ଆଉ
କହିଲା ଓଠ କେତେ କଥା
ଝି – ଭାବିନେଲି ମୁଁ ସେଇଦିନ
ହେଇଯିବି ତୋର ସାତ ଜନ୍ମ
ରହିଥିଲି ତୋର ଅପେକ୍ଷାରେ
ଆସିଲୁ ତୁ ମୋର ଜୀବନରେ
ରଖିଥିବୁ ମୋର କଥା ମନେ
ଧରିଥିବୁ ହାତ ସବୁଦିନେ
ହୃଦୟ ଜିଣିନେଲୁ ତୁ
ନିଜର କରିନେଲୁ ତୁ
ପୁ – କଉଠି ଥିଲୁରେ ତୁ
ତୋତେ ହିଁ ଖୋଜୁଥିଲି ମୁଁ
°•. End .•°
Posted By – OdiaLyrics.Com™
Post Comment