Taku Bhulija Hrudaya
Song » Taku Bhulija Hrudaya •
Singer » Sambit Kumar •
Music » Chinmay Dash – Bibhun •
Lyrics » Mr. Pabin •
Taku Bhulija Hrudaya Lyrics
°•. First Line .•°
ଭୁଲି ପାରୁନି ଲୋ ଧନ ଆଜିବି ମୁଁ ତୋତେ
କେମିତି ତୁ ହସୁଚୁ ଲୋ ଆଉ କାହା ସାଥେ
ଭୁଲି ପାରୁନି ଲୋ ଧନ ଆଜିବି ମୁଁ ତୋତେ
କେମିତି ତୁ ହସୁଚୁ ଲୋ ଆଉ କାହା ସାଥେ
ତୁ ସିନା ହେଇଗଲୁ ଆଜି ଆଉ କାହାର
ମୁଁ ବୁଝେଇ ପାରୁନି ଏଇ ମନକୁ ମୋର
ତୁ ସିନା ହେଇଗଲୁ ଆଜି ଆଉ କାହାର
ମୁଁ ବୁଝେଇ ପାରୁନି ଏଇ ମନକୁ ମୋର
ଜାଣିଚି ତୋ ପ୍ରେମ ମୋ ଭାଗ୍ୟରେ ନାହିଁ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
°•. Second Line .•°
ମରିବାକୁ ଦଉନି ଲୋ ତୋ ଛଳନା ପ୍ରେମ ମୋତେ
ବଞ୍ଚିବାକୁ ଚାହିଁଲେ ବି ଖୋଜୁଚି ଏ ମନ ତୋତେ
ଦୁନିଆ କୁ ପର କରି ତୋତେ କଲି ମୁଁ ବିଶ୍ୱାସ
ଆଜି ଏ ଦୁନିଆ ମୋତେ କରୁଚି ଲୋ ଉପହାସ
ମୁଁ ଥିଲି ତୋ ଜୀବନ ତୁ ଥିଲୁ ମୋ ନିଶ୍ୱାସ
ନିଶ୍ୱାସ ବିନା ଜୀବନ ବଞ୍ଚିବା ନୁହେଁ ସହଜ
ମୁଁ ଥିଲି ତୋ ଜୀବନ ତୁ ଥିଲୁ ମୋ ନିଶ୍ୱାସ
ନିଶ୍ୱାସ ବିନା ଜୀବନ ବଞ୍ଚିବା ନୁହେଁ ସହଜ
ଜାଣିଚି ତୁ ଆଉ କେବେ ଫେରିବୁ ନାହିଁ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
°•. Third Line .•°
ଭୁଲିବାକୁ ଚାହିଁଲେ ବି ମନେ ପଡୁଚୁ ତୁ ବେଶି
ଆଜି ମୁଁ କାନ୍ଦୁଚି ହେଲେ ବୁଲୁଚୁ ତୁ ହସି ହସି
ମାଗିଥାନ୍ତୁ ଯଦି ମୋତେ ଦେଇଥାନ୍ତି ମୋ ଜୀବନ
ଏତେ ଭଲ ପାଏ ତୋତେ ବୁଝିଲୁନି ମୋ ମନ
ବିଶ୍ୱାସ ମୋ ତୁଟିଗଲା ପ୍ରେମ ଉପରୁ ଆଜି
ଆଉ କରିବିନି ପ୍ରେମ ଥିବାଯାଏ ମୁଁ ବଞ୍ଚି
ବିଶ୍ୱାସ ମୋ ତୁଟିଗଲା ପ୍ରେମ ଉପରୁ ଆଜି
ଆଉ କରିବିନି ପ୍ରେମ ଥିବାଯାଏ ମୁଁ ବଞ୍ଚି
ଜାଣିଚି ତୋ ଛାତିରେ ମୋ ଜାଗା ତ ନାହିଁ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
ଭୁଲିଯା ହୃଦୟ ଯିଏ ଗଲା ପଳେଇ
କାହିଁକି କାନ୍ଦୁଚୁ ତାକୁ ମନେ ପକେଇ
°•. End .•°
Posted By – OdiaLyrics.Com™