Sandehi
Song » Sandehi •
Singer » Humane Sagar •
Singer » Aseema Panda
Music » Sagar Pradhan •
Lyrics » Puspak Parida •
Sandehi Lyrics
°•. First Line .•°
ପୁ – ଏ ସନ୍ଦେହୀ ଥକି ଗଲିଣି ମୁଁ ବୁଝେଇ
ଏ ସନ୍ଦେହୀ ଥକି ଗଲିଣି ମୁଁ ବୁଝେଇ
ତୋ ଛଡା ଜୀବନରେ ନାହିଁ ମୋରି କେହି
ଝି – କେମିତି ମୁଁ ମାନିନେବି ଅଛୁ ମୋର ହେଇ
ଆଜି କାଲି ତୋର ଆଉ ଦେଖା ମିଳୁ ନାହିଁ
ଆଉ କିଏ ଯାଇଚି କି ମୋ ଜାଗା ନେଇ
ପୁ – ମାନିଯା ମାନିଯା ଆଲୋ ସନ୍ଦେହୀ
ଥିଲି ଆଉ ଥିବି ପରା ତୋର ହେଇ
ଝି – ବୁଝିବା ଟା ମୋର ବାକି ତ ନାହିଁ
ଗଲିଣି ମୁଁ ତୋ ପାଇଁ ପୁରୁଣା ହେଇ
°•. Second Line .•°
ଝି – ତୁ ଥିଲା ବେଳେ ମୋରି ସାଥିରେ
ଅନେକ ଥର ମୁଁ ଦେଖିଚି ଆଖିରେ
କରୁନା କଞ୍ଜୁଶି ଜମାରୁ କେବେ ରେ
ସୁନ୍ଦରୀ ମାନଙ୍କୁ ବୁଲି ଚାହିଁବା ରେ
ପୁ – କାହାକୁ ମୁଁ କେବେ ଯଦି ଦିଏ ଟିକେ ଚାହିଁ
ସେଇ କଥା ଧରି ବସୁ ଏତେ ତୁ କାଇଁ
ଚାହିଁଦବା ମାନେ ନୁହେଁ ପ୍ରେମ ଯିବ ହେଇ
ପୁ – ମାନିଯା ମାନିଯା ଆଲୋ ସନ୍ଦେହୀ
ଥିଲି ଆଉ ଥିବି ପରା ତୋର ହେଇ
ଝି – ବୁଝିବା ଟା ମୋର ବାକି ତ ନାହିଁ
ଗଲିଣି ମୁଁ ତୋ ପାଇଁ ପୁରୁଣା ହେଇ
°•. Third Line .•°
ପୁ – ତୋ ଭାଗ୍ୟରେଖା ମୋରି ହାତରେ
କେମିତି କାହାର ହେବି ମୁଁ କହ ରେ
ଯେତେ ଜାଗା ଅଛି ଏଇ ମୋ ଛାତିରେ
ସବୁ ତ କରିଚି ତୋରି ନାଆଁ ରେ
ଝି – ଗୋଟେ କଥା କହୁଚି ମୁଁ ତୋତେ ରେ ବୁଝେଇ
ଯଦି କେବେ ଦବୁ ମୋତେ ମନରୁ ଭୁଲେଇ
ଯାହା ମୋର ହେଇଯିବ ତୁ ହବୁ ଦାୟୀ
ବୁଝିବା ଟା ମୋର ବାକି ତ ନାହିଁ
ଗଲିଣି ମୁଁ ତୋ ପାଇଁ ପୁରୁଣା ହେଇ
ପୁ – ମାନିଯା ମାନିଯା ଆଲୋ ସନ୍ଦେହୀ
ଥିଲି ଆଉ ଥିବି ପରା ତୋର ହେଇ
°•. End .•°
Posted By – OdiaLyrics.Com™