Re Kala Thakura

Song » Re Kala Thakura •
Singer » Sourav Bharadwaj •
Music » Nk Sahoo •
Lyrics » Silu Bibhu •

Re Kala Thakura Lyrics In Odia

°•. First Line .•°

ଯଦି ମୋତେ କିଏ ପଚାରୁଚି
କାହାକୁ ମୁଁ ଭଲ ପାଉଚି
ଦୁଇ ହାତ ମୋର ଯୋଡି ଦେଇ
ଜଗା ମୁଁ ତୋ ନାଆଁ କହୁଚି
ଯଦି ମୋତେ କିଏ ପଚାରୁଚି
କାହାକୁ ମୁଁ ଭଲ ପାଉଚି
ଦୁଇ ହାତ ମୋର ଯୋଡି ଦେଇ
ଜଗା ମୁଁ ତୋ ନାଆଁ କହୁଚି
ମୋ ସୁଖ ସମୟରେ ହସ ତୁ
ମୋ ଦୁଃଖ ସମୟରେ ଲୁହ ତୁ
ମୋ ସୁଖ ସମୟରେ ହସ ତୁ
ମୋ ଦୁଃଖ ସମୟରେ ଲୁହ ତୁ
ଏ ଅଭାଗା ପାଇଁ ଖୋଲିଦେ ତୋ ଦୁଆର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର

°•. Second Line .•°

ମୁଁ କେତେ ଭଲ କେତେ ମନ୍ଦ
ଭଲ ଭାବେ ଚିହ୍ନୁଁ ମୋତେ
ତୋତେ କି ବା ମୁଁ ଲୁଚେଇବି
ସବୁ ପରା ଜଣା ତୋତେ
ଜାଣିଚି ତୁ ମୋ ପାଖେ ଅଛୁ
ହେଲେ ମୋତେ ଦିଶୁନାହୁଁ
ଦେଖା ତୁ ମୋତେ ନ ଦେ ପଛେ
ତୋର ମୋର ଭାବ ଥାଉ
କହ ତୋ ପରି କିଏ ହବ
ମୋତେ ଏତେ ନିଜର କରିବ
କହ ତୋ ପରି କିଏ ହବ
ମୋତେ ଏତେ ନିଜର କରିବ
ତୁ ଯେମିତି ଭାବୁଚୁ ମୋତେ ନିଜର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର

°•. Third Line .•°

ତୁ ଅଛୁ ବୋଲି ଅଛିରେ ମୁଁ
ଅଛି ଏଇ ଦୁନିଆଁଟା
ମୋ ପାଇଁ ପାପ ହବ ତୋତେ
ଅବିଶ୍ୱାସ କରିବାଟା
ଏ ମୋହ ମାୟା ଦୁନିଆରେ
ଯେତେଦିନ ବଞ୍ଚିଥିବି
ତୋ ଛଡା ସବୁ ମିଛ ତୋତେ
ସତ ବୋଲି ମାନୁଥିବି
ଯେବେ ମୋ ଜୀବନ ଚାଲିଯିବ
ଏଇ ଦେହ ଶବ ପାଲଟିବ
ଯେବେ ମୋ ଜୀବନ ଚାଲିଯିବ
ଏଇ ଦେହ ଶବ ପାଲଟିବ
ନେଇଯିବୁ ମୋତେ ଜଗା ପାଖକୁ ତୋର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର
ରେ କଳା ଠାକୁର କିଛି ଲୋଡା ନାହିଁ
ଖାଲି ତୁ ଦରକାର

°•. End .•°

Posted By – OdiaLyrics.Com™

Post Comment