Prema Gote Pabitra Papa

Song » Prema Gote Pabitra Papa•
Singer » Kumar Sitesh •
Music » M. Jyoti •
Lyrics » Sapan Kumar Panda •

Prema Gote Pabitra Papa Lyrics In Odia

°•. First Line .•°

ପ୍ରେମ ଗୋଟେ ପବିତ୍ର ପାପ ହାଏ
ପ୍ରେମରେ ନଥାଏ କେବେ ଅନୁତାପ
ପ୍ରେମ ଗୋଟେ ପବିତ୍ର ପାପ
ପ୍ରେମରେ ନଥାଏ କେବେ ଅନୁତାପ
ମନଦେଇ ତୋତେ କି ଭୁଲ୍ କଲି
ପ୍ରେମ ଥିଲା ତୋର ଖାଲି ଚରାବାଲି
ତୋ ପ୍ରେମ ମୋ ପାଇଁ ହେଲା ଅଭିଶାପ
ପ୍ରେମ ଗୋଟେ ପବିତ୍ର ପାପ ହାଏ
ପ୍ରେମରେ ନଥାଏ କେବେ ଅନୁତାପ
ପ୍ରେମ ଗୋଟେ ପବିତ୍ର ପାପ
ପ୍ରେମରେ ନଥାଏ କେବେ ଅନୁତାପ

°•. Second Line .•°

ବାଟ ଚାଲୁ ଚାଲୁ ଝୁଣ୍ଟିଲେ ବାଟୋଇ
ବାଟ ଚାଲିବା କି ଛାଡିଦିଏ
ଭଲ ପାଇବାରେ ଭୁଲ୍ କିଛି ହେଲେ
ଭଲ ପାଇବା କି ସରିଯାଏ
ଭଲ ପାଉ ପାଉ ପ୍ରତାରଣା କଲୁ
ଭୁଲିବିନି ଜିଇଁ ଥିବାଯାଏ
ଭଲପାଇ ପ୍ରିୟା କରିଲୁ ଛଳନା
କାନ୍ଦୁ କାନ୍ଦୁ ଦିନ ମୋର ଯାଏ
ଏଡେ ବେଦରଦି ଜାଣି ମୁଁ ନଥିଲି
ଛଳନାକୁ ତୋର ପ୍ରେମ ଭାବୁଥିଲି
ତୋ ପ୍ରେମ ମୋ ପାଇଁ ହେଲା ମଲା ଗପ
ପ୍ରେମ ଗୋଟେ ପବିତ୍ର ପାପ ହାଏ
ପ୍ରେମରେ ନଥାଏ କେବେ ଅନୁତାପ
ପ୍ରେମ ଗୋଟେ ପବିତ୍ର ପାପ
ପ୍ରେମରେ ନଥାଏ କେବେ ଅନୁତାପ

°•. Third Line .•°

ପ୍ରେମ ପରା ଗୋଟେ ମନର ମନ୍ଦିର
ମୋ ପ୍ରେମକୁ ପୂଜା କରୁଥିଲୁ
କଉ ସୁଖ ଆଜି ତୋତେ ମିଳିଗଲା
ଅଧାବାଟେ ମୋତେ ଛାଡିଦେଲୁ
ତୋ ମନରେ ଯଦି ଥିଲା ଲୋ ଛଳନା
ମୋତେ କାଇଁ ଭଲ ପାଉଥିଲୁ
କଉ ଜନମର କଉ ପାପ ପାଇଁ
ଏତେ ବଡ ସଜା ମୋତେ ଦେଲୁ
କେଡେ ଅବିବେକି ପ୍ରେମିକାଟେ ତୁ ଲୋ
ଫୁଲ ବଦଳରେ କଣ୍ଟା ତୁ ଦେଲୁ ଲୋ
ତୋ ପ୍ରେମ ମୋ ପାଇଁ ହେଲା ଅଭିଶାପ
ପ୍ରେମ ଗୋଟେ ପବିତ୍ର ପାପ ହାଏ
ପ୍ରେମରେ ନଥାଏ କେବେ ଅନୁତାପ
ପ୍ରେମ ଗୋଟେ ପବିତ୍ର ପାପ
ପ୍ରେମରେ ନଥାଏ କେବେ ଅନୁତାପ
ମନଦେଇ ତୋତେ କି ଭୁଲ୍ କଲି
ପ୍ରେମ ଥିଲା ତୋର ଖାଲି ଚରାବାଲି
ତୋ ପ୍ରେମ ମୋ ପାଇଁ ହେଲା ଅଭିଶାପ
ପ୍ରେମ ଗୋଟେ ପବିତ୍ର ପାପ ହାଏ
ପ୍ରେମରେ ନଥାଏ କେବେ ଅନୁତାପ
ପ୍ରେମରେ ନଥାଏ କେବେ ଅନୁତାପ

°•. End .•°

Posted By – OdiaLyrics.Com™

Post Comment