Papulire To Naa

Song » Papulire To Naa •
Singer » S Jitu •
Singer » Soujannya Rath •
Music » JN Padma •
Lyrics » K Shirod Kumar •

Papulire To Naa Lyrics In Odia

°•. First Line .•°

ପୁ – ମନ ହୁକୁ ହୁକୁ କାହିଁକି ହୁଏ
ତୋ ଆଖିରେ ଆଖି ମିଶିଗଲେ
ମନ ହୁକୁ ହୁକୁ କାହିଁକି ହୁଏ
ତୋ ଆଖିରେ ଆଖି ମିଶିଗଲେ
ଝି – ଦିଲ୍ ଧକ୍ ଧକ୍ କାହିଁକି ହୁଏ
ତୁ ଲୁଚିକି ମୋତେ ଡାକିଦେଲେ
ପୁ – ହଁ କାହିଁକି ଆରେ ଏମିତି
ହଁ କହିଦେ ନକରି ତୁ ବାହାନା
ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି – ହାଁ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ – ପାପୁଲିରେ ତୋ ନାଁ

°•. Second Line .•°

ପୁ – ଗୁଣୁ ଗୁଣୁ ତୋର କଥା ଶୁଣୁ ଶୁଣୁ
ତୋ ପାଖକୁ ଧାଇଁ ଯାଉଚି
ଝି – ଆସିକି ଯାଉଚୁ ଚୁପ୍ ରହୁଚୁ
କିଛି ତୋର ବୋଧେ ହେଇଚି
ପୁ – ଆଲୋ ରୁଣୁ ଝୁଣୁ ତୋର ରୁପାର ପାଉଁଜି
ଅନ୍ୟମନସ୍କ ତ କରୁଚି
ଝି – ହଁ ଜାଣିଶୁଣି ମନ ଛାନିଆ ହଉଚି
ତୋ ଚଗଲାମି ଜଣା ପଡୁଚି
ପୁ – ଜାଣି ମୁଁ ହଁ ପାରୁଚି
ତୁ ହବୁ ମୋର ଦିଲ୍ ଜାନିଆ
ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି – ହାଁ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ – ପାପୁଲିରେ ତୋ ନାଁ

ପୁ – ଦିଲ୍ ତୋତେ ଦେଇଦେଲି
ହଁ ମନ୍ ତୋତେ ଦେଇଦେଲି
ତୁ ଦିୱାନି ହେଇଗଲୁ ମୁ ତୋ ଦିୱାନା ହେଲି
ଝି – ଦିଲ୍ ତୋତେ ଦେଇଦେଲି
ହଁ ମନ୍ ତୋତେ ଦେଇଦେଲି
ତୁ ଦିୱାନା ହେଇଗଲୁ ମୁ ତୋ ଦିୱାନି ହେଲି

°•. Third Line .•°

ଝି – ଭାରି ମଜାକିଆ ମିଠା କଥା ତୋର
ମୋତେ ତ ଚଗଲି କରୁଚି
ପୁ – ସୁନା ପିଲାଟାକୁ ଚଗଲା କଲୁ ତୁ
ସବୁ ଭୁଲି ଭାଲି ଯାଉଚି
ଝି – ମନ ଇଲାକାରେ ତୋତେ ମୁଁ ରଖିଚି
ଆଉ ସେଠି କେହି ନାହିଁ
ପୁ – ହଁ ଫଗୁଣ ମାସରେ ନେବି ମୁଁ ସଜେଇ
ମଥାରେ ସିନ୍ଦୁର ଦେଇ
ଝି – ହଁ ଯିବାକୁ ରାଜି ଅଛି ମୁଁ
ତୁ ସବାରି ପାଲିଙ୍କି ଦେ ବଇନା
ଆରେ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ – ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି – ପାପୁଲିରେ ତୋ ନାଁ
ପୁ – ପାପୁଲିରେ ତୋ ନାଁ

°•. End .•°

Posted By – OdiaLyrics.Com™

Post Comment