Masanira Jui Pari Jalidelu Mate
Song » Masanira Jui Pari Jalidelu Mate •
Singer » Kumar Bapi •
Music » Shantiraj Khosla •
Lyrics » Arun Mantri •
Masanira Jui Pari Jalidelu Mate Lyrics In Odia
°•. First Line .•°
ପ୍ରିୟା ଲୋ…ପ୍ରିୟା ଲୋ…
ପ୍ରିୟା ଲୋ…ପ୍ରିୟା ଲୋ…
ମଶାଣୀର ଜୁଇ ପରି ଜାଳିଦେଲୁ ମୋତେ ଲୋ
ଜାଳିଦେଲୁ ମୋତେ
ବିଶ୍ୱାସରେ ବିଷ ଦେଇ ମାରିଦେଲୁ ମୋତେ ଲୋ
ମାରିଦେଲୁ ମୋତେ
ମୋ ଜୁଇ ପାଉଁଶ ତଥାପି କହୁଚି
ମୋ ଜୁଇ ପାଉଁଶ ତଥାପି କହୁଚି
ଭଲ ମୁଁ ପାଉଚି ତୋତେ ଲୋ
ଭଲ ମୁଁ ପାଉଚି ତୋତେ
ଭଲ ମୁଁ ପାଉଚି ତୋତେ ଲୋ
ପ୍ରିୟା ଭଲ ମୁଁ ପାଉଚି ତୋତେ
°•. Second Line .•°
ଭାବିଥିଲି ମୋ ପାଲିଙ୍କି ଯିବ ତୋ ଘରକୁ
କୋକେଇରେ ଶବ ମୋର ଗଲା ମଶାଣୀକୁ
ଗଲା ମଶାଣୀକୁ
ଭାବିଥିଲି ତୋ ଦୁଆରେ ବାନ୍ଧିଦବୁ ବେଦି
ସେ ଦୁଆରେ ମୋ ପ୍ରେମକୁ ଦେଲୁ ତୁ ସମାଧି
ଦେଲୁ ତୁ ସମାଧି
ସମାଧି ଭିତରୁ ମୋ ପ୍ରେମ କହୁଚି
ସମାଧି ଭିତରୁ ମୋ ପ୍ରେମ କହୁଚି
ଭୁଲି ମୁଁ ପାରୁନି ତୋତେ ଲୋ
ଭୁଲି ମୁଁ ପାରୁନି ତୋତେ
ଭଲ ମୁଁ ପାଉଚି ତୋତେ ଲୋ
ପ୍ରିୟା ଭଲ ମୁଁ ପାଉଚି ତୋତେ
°•. Third Line .•°
ସମାଧି ଭିତରୁ ପୁଣି ଉଠି ଆସିବି ଲୋ
ଯମ ପାଖରୁ ମୁଁ ପୁଣି ଫେରି ଆସିବି ଲୋ
ଫେରି ଆସିବି
ଏ ଜନମେ ଅଧା ଯଦି ରହିଲା ମୋ ପ୍ରେମ
ସେଇ ପ୍ରେମ ପାଇବାକୁ ନେବି ପୁନର୍ଜନ୍ମ
ନେବି ପୁନର୍ଜନ୍ମ
ଆର ଜନମରେ ଦେଖା ହେଲେ ଆଉ
ଆର ଜନମରେ ଦେଖା ହେଲେ ଆଉ
ଛାଡିବି ନାହିଁ ମୁଁ ତୋତେ ଲୋ
ଛାଡିବି ନାହିଁ ମୁଁ ତୋତେ
ଭୁଲି ମୁଁ ପାରୁନି ତୋତେ ଲୋ
ଭୁଲି ମୁଁ ପାରୁନି ତୋତେ
ମଶାଣୀର ଜୁଇ ପରି ଜାଳିଦେଲୁ ମୋତେ ଲୋ
ଜାଳିଦେଲୁ ମୋତେ
ବିଶ୍ୱାସରେ ବିଷ ଦେଇ ମାରିଦେଲୁ ମୋତେ ଲୋ
ମାରିଦେଲୁ ମୋତେ
ମୋ ଜୁଇ ପାଉଁଶ ତଥାପି କହୁଚି
ମୋ ଜୁଇ ପାଉଁଶ ତଥାପି କହୁଚି
ଭଲ ମୁଁ ପାଉଚି ତୋତେ ଲୋ
ଭଲ ମୁଁ ପାଉଚି ତୋତେ
ପ୍ରିୟା ଲୋ…ପ୍ରିୟା ଲୋ…
ପ୍ରିୟା ଲୋ…ପ୍ରିୟା ଲୋ…
ପ୍ରିୟା ଲୋ…ପ୍ରିୟା ଲୋ…
°•. End .•°
Posted By – OdiaLyrics.Com™
Post Comment