Mana Manena 2.0 – i love you 2

Song » Mana Manena 2.0 •
Singer » Satyajit Pradhan •
Music » Prem Anand •
Lyrics » Arun Mantri •

Mana Manena 2.0 Lyrics In Odia

°•. First Line .•°

ତୁ ସତ ନା ସ୍ୱପ୍ନ ମୁଁ ଜାଣେନା
ମୁଁ ଜାଣେନା
ତୁ ଗପ ନା ପ୍ରେମ ମୁଁ ଜାଣେନା
ମୁଁ ଜାଣେନା
ଭାବୁଚି ଯେବେ ରେ
ତୋ ପାଖରେ ଯାଇ
ଭାବୁଚି ଯେବେ ରେ
ତୋ ପାଖରେ ଯାଇ
ଅଟକି ଯାଏ ମୋ ସବୁ ଭାବନା
ମନ ମାନେନା ମନ ବୁଝେନା
ତୋତେ ଦେଖିବା ପାଇଁ ଥରେ
ଖୋଜେ ବାହାନା ହାଏ
ଖୋଜେ ବାହାନା
ଖୋଜେ ବାହାନା ହାଏ
ଖୋଜେ ବାହାନା

°•. Second Line .•°

ଦୁରରେ ଅଛୁ ନା ଅଛୁ ମୋ ସାମ୍ନାରେ
ଅବା ତୁ ଛାଇ ଟେ ମୋ ଚଲା ବାଟରେ
କଉଠୁ ଆସିଲୁ କେମିତି ଆସିଲୁ
ଘରଟେ କଲୁ ରେ ଏଇ ମୋ ଛାତିରେ
ଛାତିତଳେ ଆଉ ନାହିଁ ମୋର ମନ
ଛାତିତଳେ ଆଉ ନାହିଁ ମୋର ମନ
କଉଠି ହଜିଲା ଖୋଜି ପାଏନା
ମନ ମାନେନା ମନ ବୁଝେନା
ତୋତେ ଦେଖିବା ପାଇଁ ଥରେ
ଖୋଜେ ବାହାନା ହାଏ
ଖୋଜେ ବାହାନା
ଖୋଜେ ବାହାନା ହାଏ
ଖୋଜେ ବାହାନା

°•. Third Line .•°

ତୁ କିଛି କହିନୁ ମୁଁ କିଛି କହିନି
‍ଏ କେଉଁ ସମ୍ପର୍କ ନାଆଁ ତା ଜାଣିନି
ଘେରି ତୁ ଅଛୁରେ ମୋ ଚାରି ପାଖରେ
ଯେମିତି ପବନ ଦେଖା ତ ଦିଏନି
ହଜେଇ ଦେଇ ମୁଁ ନିଜର ଠିକଣା
ହଜେଇ ଦେଇ ମୁଁ ନିଜର ଠିକଣା
ଖୋଜି ବୁଲେ ଆଜି ତୋର ଠିକଣା
ମନ ମାନେନା ମନ ବୁଝେନା
ତୋତେ ଦେଖିବା ପାଇଁ ଥରେ
ଖୋଜେ ବାହାନା ହାଏ
ଖୋଜେ ବାହାନା
ଖୋଜେ ବାହାନା ହାଏ
ଖୋଜେ ବାହାନା

°•. End .•°

Posted By – OdiaLyrics.Com™

Post Comment