Kouthu Sikhilu Emiti Prema
Song » Kouthu Sikhilu Emiti Prema •
Singer » Humane Sagar •
Singer » Aseema Panda •
Music » Biraja Prasad •
Lyrics » Pramod Parida •
Kouthu Sikhilu Emiti Prema Lyrics In Odia
°•. First Line .•°
ପୁ – ମୋ କଥା ଭାବିବା ମୋ ଭଲ ଚାହିଁବା
ଗୋଟିଏ ବୋଲି ତୋ କାମ
କୋଉଠୁ ଶିଖିଲୁ ଏମିତି ପ୍ରେମ
ଝି – ମୋ ମନ ବୁଝିବା ମୋ ପ୍ରେମ ଶୁଝିବା
ଗୋଟିଏ ବୋଲି ତୋ କାମ
କୋଉଠୁ ଶିଖିଲୁ ଏମିତି ପ୍ରେମ
ପୁ – ତୋତେ ପାଇ ଲାଗେ ସତେ
ଚନ୍ଦ୍ରମା ଖସିଚି ହାତେ
ଝି – ହାତ ରଖି ତୋ ହାତେ
ଚାଲୁଥିବି ପ୍ରେମ ବାଟେ
ଭୁଲିଯାଏ ଭୁଲିଯାଏ ଲାଜ ସରମ
ପୁ – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
ଝି – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
°•. Second Line .•°
ପୁ – ଖୋଜୁଥିଲି ମନେ ମନେ ତୋ ପରି ସୁନ୍ଦରୀ ଜଣେ
କହ କେମିତି ଆସିଲୁ ପ୍ରିୟା ମୋ ଜୀବନେ
ଝି – ଶୁଣିଥିଲି କେବେ ଦିନେ ପୁଅ ମନ ଝିଅ ଚିହ୍ନେ
ଅଚିହ୍ନା ଥିଲୁ ଚିହ୍ନା ତୁ ହେଲୁ ଆସି ସପନେ
ପୁ – ତୋତେ ଯେବେ ପାଇଗଲି
ବଡ ଲୋକ ହେଇଗଲି
ଝି – ପାଖରେ ତୁ ଅଛୁ ବୋଲି
ପଛକୁ ଚାହିଁନି ବୁଲି
ତୋ ଛୁଆଁ ରେ ଜଳିଯାଏ ମନ ମୋହମ
ପୁ – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
ଝି – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
°•. Third Line .•°
ଝି – ସିନ୍ଥି ଅଛି ଫିକା ଫିକା ଦେଲେ ତୁ ସିନ୍ଦୁର ରେଖା
ତୋର ମୋର ପ୍ରେମ କାହାଣୀ ହବ ରେ ଲେଖା
ପୁ – ତୁ ଯେବେ ହେଲୁ ଦେଖା ମିଶିଗଲା ଭାଗ୍ୟରେଖା
ମାମୁଲି ଏଇ ଜୀବନ ଟା ଲାଗେ ଦାମିକା
ଝି – ତୋତେ ଯେବେ ଛୁଇଁ ଦେଲି
ଚଗଲି ମୁଁ ହେଇଗଲି
ପୁ – ଯେବେଠାରୁ ତୋର ହେଲି
ସବୁ ଖୁସି ପାଇଗଲି
ତୋତେ ପାଇ ଧନ୍ୟ ହେଲା ମୋ ଜୀବନ
ଝି – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
ପୁ – କୋଉଠୁ ଶିଖିଲୁ ଏମିତି ପ୍ରେମ
କୋଉଠୁ ଶିଖିଲୁ ଏମିତି ପ୍ରେମ
°•. End .•°
Posted By – OdiaLyrics.Com™