Jali Mu Sarichi Tu Aau Jalana Female
Song » Jali Mu Sarichi Tu Aau Jalana •
Singer » Aseema Panda •
Music » Kr Pintu •
Lyrics » Chandan Mishra •
Jali Mu Sarichi Tu Aau Jalana Lyrics In Odia
°•. First Line .•°
ତୁ ମିଛରେ କହିଦେ ଥରେ ଭଲ ପାଉ ମୋତେ ବୋଲି
ତୋ ଛଳନାର ରାଇଜରୁ ମୁଁ ହସି ହସି ଯିବି ଚାଲି
ତୁ ମିଛରେ କହିଦେ ଥରେ ଭଲ ପାଉ ମୋତେ ବୋଲି
ତୋ ଛଳନାର ରାଇଜରୁ ମୁଁ ହସି ହସି ଯିବି ଚାଲି
ତୋ ପାଦରେ ନଫୁଟୁ କଣ୍ଟା ସଜାଥାଉ ଫୁଲ ଖାଲି
ମୋ ପ୍ରେମ ମହଲରେ ପଛେ ନିଆଁ ଝୁଲ ଯାଉ ଭରି
କିଏ ଆଉ ବୁଝିବ ରେ ତୋ ଅଳି ଅଝଟ
ରୁସିଥିଲେ କାନ ଧରି ତୋତେ ମନେଇବ
କିଏ ଆଉ ବୁଝିବ ରେ ତୋ ଅଳି ଅଝଟ
ରୁସିଥିଲେ କାନ ଧରି ତୋତେ ମନେଇବ
ଦରଦ ଏ ଛାତିର ସହି ହୁଏନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
°•. Second Line .•°
କଥା ଥିଲା ଆମେ ସାଥି ହେଇ
ରହିବାକୁ ସାତ ଜନ୍ମ ପାଇଁ
ଭୁଲିଗଲୁ ସବୁ ପଛଦିନ
ଥିଲି ପରା ମୁଁ ତୋ ଜୀବନ
ତୋ ସ୍ମୃତି କରୁଚି ବିକଳ
ମୁଁ ହୁଏ ତୋ ବିନା ପାଗଳ
ତୁ ଥରୁଟେ ଆ ରେ ଫେରି
ମୁଁ ମରୁଚିରେ ତୋତେ ଝୁରି
କିଏ ଆଉ ପାଇବରେ ମୋ ପରିକା ଭଲ
ଲୁହ ପିଇ ଚାହୁଁଥିବ ତୋରି ମଙ୍ଗଳ
କିଏ ଆଉ ପାଇବରେ ମୋ ପରିକା ଭଲ
ଲୁହ ପିଇ ଚାହୁଁଥିବ ତୋରି ମଙ୍ଗଳ
ମଧୁଶାଳା ଜୀବନେ ମୋ ଜୁଇ ଜଳାନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
°•. Third Line .•°
ମୋ କୋଳରେ ଦିନେ ମଥା ରଖି
ଦେଖୁଥିଲୁ ସ୍ୱପ୍ନ ସାରା ରାତି
ସେ ସପନ ଅଧା ରଖିଦେଲୁ
ମୋ ପ୍ରେମରେ ଲୁହ ଲେଖିଦେଲୁ
ଯେବେ କାଢିଦେଲୁ ତୋ ମନରୁ
ଲୁହ ସରୁନି ଜମା ଆଖିରୁ
ଏତେ ପରେବି ମୋ ମନ ଚାହେଁ
ହସ ନସରୁ ତୋ ଓଠରୁ
କିଏ ଆଉ ଦବ ତୋତେ ମୋଠୁ ବେଶି ଖୁସି
ନିଜ ଠାରୁ ପାଇବରେ ତୋତେ ଭଲ ବେଶି
କିଏ ଆଉ ଦବ ତୋତେ ମୋଠୁ ବେଶି ଖୁସି
ନିଜ ଠାରୁ ପାଇବରେ ତୋତେ ଭଲ ବେଶି
ନିରହ ହୃଦୟ ମୋର ନୁହେଁ ଖେଳନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
°•. End .•°
Posted By – OdiaLyrics.Com™
Post Comment