Hata Joduchi Re Hrudaya Bhulija Taku

Song » Hata Joduchi Re Hrudaya Bhulija Taku •
Singer » Humane Sagar •
Music » Sunil Maharana •
Lyrics » Sunil Maharana •

Hata Joduchi Re Hrudaya Bhulija Taku Lyrics In Odia

°•. First Line .•°

ହାଏ ରେ ହୃଦୟ ମୋର ତୁ କାଇଁ କାନ୍ଦୁଚୁ
ଯିଏ ଗଲା ତୋତେ ଛାଡି ତାକୁ କାଇଁ ଝୁରୁଚୁ
ହାଏ ରେ ହୃଦୟ ମୋର ତୁ କାଇଁ କାନ୍ଦୁଚୁ
ଯିଏ ଗଲା ତୋତେ ଛାଡି ତାକୁ କାଇଁ ଝୁରୁଚୁ
ତୋ ଜୀବନ ତୁ ଭାବୁଥିଲୁ କାଲି ଯାହାକୁ
ସେ ମନ ଦେଇ ସାରିଲାଣି ଆଉ କାହାକୁ
ତୋ ଜୀବନ ତୁ ଭାବୁଥିଲୁ କାଲି ଯାହାକୁ
ସେ ମନ ଦେଇ ସାରିଲାଣି ଆଉ କାହାକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ

°•. Second Line .•°

କେତେ ଭଲ ତାକୁ ପାଇଥିଲୁ ଦିନେ
ପାଗଳ ଥିଲୁ ତା ପାଇଁ
ଗଲା ସେ ତୋତେ ଭୁଲେଇ
ବୁଝିଯା ରେ ମୋର ହୃଦୟ ତୁ ଥରେ
ତା ମନେ ତୋ ପ୍ରେମ ନାହିଁ
ତା ପାଇଁ ଜଳୁଚୁ କାଇଁ
ହୃଦୟଟା ଯାର ସ୍ୱାର୍ଥରେ ତିଆରି
ସେ କି ବୁଝିବ ତୋ ମନ
ଛଳନା ଥିଲା ତା ପ୍ରେମ
ମିଛ ଥିଲା ତାର ସବୁ ପ୍ରତିସୃତି
ମିଛ ଥିଲା ତା ସପନ
ଭୁଲିଯା ସେ ପଛ ଦିନ
କାଇଁ ମନରେ ରଖିଚୁ ତାର ମିଛ ପ୍ରେମକୁ
ତାକୁ ମନେ ପକେଇ ତୁ କାଇଁ ନିତି ମରୁଚୁ
କାଇଁ ମନରେ ରଖିଚୁ ତାର ମିଛ ପ୍ରେମକୁ
ତାକୁ ମନେ ପକେଇ ତୁ କାଇଁ ନିତି ମରୁଚୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ

°•. Third Line .•°

ଅଧାବାଟେ ଯିଏ ଏକା କରି ତୋତେ
ଚାଲିଗଲା ରେ ଦୁରେଇ
ତା କଥା ଭାବୁଚୁ କାଇଁ
ତୁ ସିନା ଭାବୁଚୁ ଫେରିବ ସେ ବୋଲି
ଆଉ ସେ ଫେରିବ ନାହିଁ
ତା ବାଟ ଚାହିଁଚୁ କାଇଁ
ମନ ଯାହା ପାଇଁ କାଚର ଖେଳନା
ପ୍ରେମ ଯାହା ପାଇଁ ଗପ
ତାକୁ ତୁ କଲୁ ବିଶ୍ୱାସ
ନିଶ୍ୱାସଠୁ ବେଶି ନିଜର ଭାବିଲୁ
ବିଶ୍ୱାସରେ ଦେଲା ବିଷ
ଏ ପ୍ରେମ ଏଇଠି ଶେଷ
ଯିଏ ଭାଙ୍ଗିଦେଇ ଚାଲିଗଲା ତୋ ବିଶ୍ୱାସକୁ
କାଇଁ ସାଇତି ରଖିଚୁ ତାର ସବୁ ସ୍ମୃତିକୁ
ଯିଏ ଭାଙ୍ଗିଦେଇ ଚାଲିଗଲା ତୋ ବିଶ୍ୱାସକୁ
କାଇଁ ସାଇତି ରଖିଚୁ ତାର ସବୁ ସ୍ମୃତିକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ
ତୋତେ ହାତ ଯୋଡୁଚିରେ ହୃଦୟ ତୁ ଭୁଲିଯା ତାକୁ

°•. End .•°

Posted By – OdiaLyrics.Com™

Post Comment