Dhik Mo Bhagya Ku

Song » Dhik Mo Bhagya Ku •
Singer » Humane Sagar •
Music » Suresh Sahoo •
Lyrics » Aarya Anujeet •

Dhik Mo Bhagya Ku Lyrics In Odia

°•. First Line .•°

ତୁ ଦେଇଥାନ୍ତୁ ଯଦି ବିଷ
ମୁଁ ପିଇଥାନ୍ତି ହସି ହସି
ତୁ ଦେଇଥାନ୍ତୁ ଯଦି ଦୋଷ
ମାନି ନେଇଥାନ୍ତି ଖୁସି ଖୁସି
ତୁ ଦେଇଥାନ୍ତୁ ଯଦି ବିଷ
ମୁଁ ପିଇଥାନ୍ତି ହସି ହସି
ତୁ ଦେଇଥାନ୍ତୁ ଯଦି ଦୋଷ
ମାନି ନେଇଥାନ୍ତି ଖୁସି ଖୁସି
ଭରସା ଦେଇ ତୁ ଭାଙ୍ଗିଲୁ ଭରସା
ମୋ ଆଖିରେ କଲୁ ଲୁହର ବରଷା
ମିଛେ ମିଛେ ଭଲପାଇ
କନ୍ଦେଇଲୁ ମୋତେ ଖାଲି
ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି
ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି

°•. Second Line .•°

ଭଲ ପାଇବାରେ କଲୁ ଭଲ ଅଭିନୟ
ବୋଳି ପଡିଗଲା ହାଏ ବିଚରା ମୋ ହୃଦୟ
ଏଡେ ଅବିବେକି ହାଏ ଏଡେ ତୁ ନିର୍ଦୟ
ଋତୁପରି ବଦଳିଲା ତୋର ପରିଚୟ
ସପନ ଦେଖେଇ ଜାଳିଲୁ ସପନ
ସପନ ସାଥିରେ ଜଳିଲା ମୋ ମନ
ଏମିତି ତୁ କାଇଁ କଲୁ କି ଲାଭ ପାଇଲୁ ବୋଲି
ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି
ଆରେ ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି

°•. Third Line .•°

ଭଲ ପାଇବାରେ ଦେଲୁ ଭଲ ଉପହାର
ମୋତେ ପର କରି ହେଇଗଲୁ ତୁ ଆଉ କାହାର
ଏଡେ ବେଇମାନି ହାଏ ଏଡେ ତୁ ନିଷ୍ଠୁର
ଛଡେଇ ନେଲୁ ମୋ ଠାରୁ ସବୁ ଅଧିକାର
ପ୍ରେମ ଥିଲା ମୋର ନିସର୍ତ ନିସ୍ୱାର୍ଥ
ତୋ ମନରେ ଥିଲା ସ୍ୱାର୍ଥ ଖାଲି ସ୍ୱାର୍ଥ
ତୁ ଥିଲୁ ଲୋ ମରିଚିକା ଫୁଲ ତୋତେ ଭାବିଥିଲି
ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି
ହାଏ ଧିକ୍ ମୋ ଭାଗ୍ୟକୁ
ମୁଁ ତୋତେ କାଇଁ ପ୍ରେମ କଲି

°•. End .•°

Posted By – OdiaLyrics.Com™

Post Comment