Dekhaheba Kou Janama Re

Song » Dekhaheba Kou Janama Re •
Singer » Humane Sagar •
Music » Suresh Panda •
Lyrics » Pritiranjan Nayak •

Lyrics In English

Dekhaheba Kou Janama Re Lyrics

°•. First Line .•°

ଯୋଡି ମହୁରୀ ମୋ ବାଜିଲାନି
ତୋ ସାହାନାଇ ଶୁଭିଲାଣି
ମୋ ସଙ୍ଘାଡି ବନ୍ଧା ସରିନି
ତୋ ସବାରି ସଜ ହେଲାଣି
ତୋ ସବାରି ସଜ ହେଲାଣି
ଯୋଡି ମହୁରୀ ମୋ ବାଜିଲାନି
ତୋ ସାହାନାଇ ସେଠି ଶୁଭିଲାଣି
ମୋ ପାଇଁ ସଙ୍ଘାଡି ବାନ୍ଧିଲେଣି
ତୋ ଫୁଲ ସବାରି ସଜ ହେଲାଣି
କହିଯା ଲୋ କୋଉ ଭୁଲ୍ ପାଇଁ
ଶାସ୍ତି ଦେଲୁ ଏତେ ଭଲ ପାଇ
ଆଜି ବି ଅଛୁ ଏ ହୃଦୟରେ
ସବୁ ଜନମେ ରହିବୁ କଥା ଦେଲି
ବିଦାୟ ବେଳରେ ବୋଉଳ ପାଟ ରେ
ଦେଖି ପାରିବିନି ତୋତେ ଆଉ କା ସାଥିରେ
ମୋ ପ୍ରେମ ଯଦି ସତ ଥିବ ଏ ଜୀବନରେ
ପୁଣି ଦେଖା ହେବ…
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ

°•. Second Line .•°

ଏଇ ହାତ ଧରି ବାଟ ଚାଲୁଥିଲୁ
ଆଉ କା ହାତ ତୁ କେମିତି ବାଛିଲୁ
ଏଇ ବାଟ ଦେଇ କେତେ ଆସୁଥିଲୁ
ଚିହ୍ନା ବାଟ ସବୁ କେମିତି ଭୁଲିଲୁ
ପ୍ରଥମ ପ୍ରେମର ପହିଲି ଚିଠିକୁ
କାଲି ପଢୁଥିଲି ଆଜି ବି ପଢୁଚି
ଯେତେ ବୁଝେଇଲେ ମନ ବୁଝେ ନାହିଁ
ମୋ ପ୍ରେମ ବାଜିରେ ହାରି ଯାଇଚି
ବଜାର ସଉଦା ମୋ ପ୍ରେମ ତୋ ପାଇଁ
ହଜାରେ ସପନ ଦେଖୁଥିଲି ତୋତେ ନେଇ
ମୋ ପାଇଁ ଯଦି ଜାଗା ଟିକେ ଥିବ ହୃଦୟରେ
ପୁଣି ଦେଖା ହେବ…
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ

°•. Third Line .•°

ନାଲି ଟିପା ଟିପା କୁଙ୍କୁମ ନାଇବୁ
ଦୋଳ ମୁକୁଟ ତୁ କା ପାଇଁ ବାନ୍ଧିବୁ
ବୋଉଳ ବେଦି ରେ ହାତ ଗଣ୍ଠି ପରେ
ଆମ ପ୍ରେମ ଗପ ଥିଲା ଭାବି ଭୁଲିଯିବୁ
ଜଳୁଥିବ ଯଦି ଜୁଇ ମୋ ଗାଁ ରେ
ଦେଖିନେବୁ ଟିକେ ସାଥି ଓଢଣା ଫାଙ୍କରେ
ତୋ ଦୁଇ ଆଖିରୁ ଦରଦି ମନରେ
ଢାଳିବୁ ଦି ଟୋପା ଲୁହ ମୋ ପାଇଁ ରେ
ମୋ ପ୍ରେମ ତୋ ପାଇଁ ଭଙ୍ଗା ପାନ୍ଥଶାଳା
ରାଜ ମହଲ ଟେ ପ୍ରିୟା ତୋ ଲାଗି ଲୋ ତୋଳା
ତୋ ପାଇଁ ବୋଧେ ରଶଣି ଜାଳିବା ନଥିଲା ଭାଗ୍ୟରେ
ପୁଣି ଦେଖା ହେବ…
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
ପୁଣି ଦେଖା ହେବ କୋଉ ଜନମରେ
କୋଉ ଜନମରେ

°•. End .•°

Posted By – OdiaLyrics.Com™