Chaligala Tame

Song » Chaligala Tame •
Singer » Babul Supriyo •
Music » Krushna Chandra •
Lyrics » Arun Mantri •

Chaligala Tame Lyrics In Odia

°•. First Line .•°

ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶି ଚଢେଇଟେ ବୋଲି
ତମେ ପରଦେଶି ଚଢେଇଟେ ବୋଲି ଉଡିଗଲ
ଉଡିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ

°•. Second Line .•°

ଆଜିବି ବାଲିରେ ଘର ଟିଏ ତୋଳି
ଲେଖିଦିଏ ତୁମ ନାଆଁ
ଆଜିବି ନଈରେ ଡଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ଆଜିବି ବାଲିରେ ଘର ଟିଏ ତୋଳି
ଲେଖିଦିଏ ତୁମ ନାଆଁ
ଆଜିବି ନଈରେ ଡଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ବେଗି ଫେରିବାକୁ ରାଣ ଦେଇ ପରା
ବେଗି ଫେରିବାକୁ ରାଣ ଦେଇ ପରା କହିଥିଲ
ଚାଲିଗଲା ପରେ ଠିକଣାକୁ ମୋର ଭୁଲିଗଲ
ହଁ ଭୁଲିଗଲ

°•. Third Line .•°

ମୋହମ ବତି ର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
ମୋହମ ବତି ର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
କେଉଁ ପୁନେଇଁର ଜଛନାରେ ତମେ
କେଉଁ ପୁନେଇଁର ଜଛନାରେ ତମେ ଭିଜିଗଲ
ଭିଜିଗଲା ପରେ କାହା ଅଗଣାରେ ଲୁଚିଗଲ
ହଁ ଲୁଚିଗଲ
ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶି ଚଢେଇଟେ ବୋଲି
ତମେ ପରଦେଶି ଚଢେଇଟେ ବୋଲି ଉଡିଗଲ
ଉଡିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ

°•. End .•°

Posted By – OdiaLyrics.Com™

Post Comment