Chali Jauchi To Jibanaru

Song » Chali Jauchi To Jibanaru •
Singer » Humane Sagar •
Music » Subhransu Nayak •
Lyrics » Sunil Maharana •

Chali Jauchi To Jibanaru Lyrics In Odia

°•. First Line .•°

ଚାଲି ଯାଉଚି ତୋ ଜୀବନରୁ ପ୍ରିୟା
ସବୁଦିନ ପାଇଁ
ମୋତେ ଭୁଲି ତୁ ଭଲରେ ଥା ଲୋ
ମୋ ଆୟୁଷ କୁ ନେଇ
ଇଛା ଥିଲା ମୋର ଦେଖିବାକୁ ତୋତେ
ଶେଷ ଥର ପାଇଁ
ଜାଣି ସାରିଚି ମୋ ଭାଗ୍ୟରେ ଲୋ
ସେତିକି ବି ନାହିଁ
ହାରିଗଲି ଭଲ ପାଇ
ବଞ୍ଚିବାକୁ ଇଛା ନାହିଁ
ଯାଉଚି ଏତିକି କହି
କାହା ହୃଦୟକୁ ଭାଙ୍ଗିବୁନି ପ୍ରିୟା
ନିଜ ଖୁସି ପାଇଁ
ଥରେ ହୃଦୟ ଭାଙ୍ଗିଲା ପରେ
ଆଉ ଜିଇଁ ହୁଏନାହିଁ

°•. Second Line .•°

ଭରସା ରେ ଦେଇଥିଲି
ତୋତେ ମୋ ହୃଦୟ
ମୋ ସାଥିରେ କଲୁ ପ୍ରିୟା
ମିଛ ଅଭିନୟ
ମୋ ହାତରେ ହାତ ରଖି
ଚାଲୁଥିଲୁ ବାଟ
କେମିତି ତୁ ଧରିନେଲୁ
ଆଉ କାହା ହାତ
ଆଜି ସିନା କଣ୍ଟା ଟେ ମୁଁ
କେବେ ଦିନେ ଭାବିବୁ ତୁ
କାହାକୁ ଦେଲି ହରେଇ
କାହା ବିଶ୍ୱାସକୁ ଭାଙ୍ଗିବୁନି ପ୍ରିୟା
ଭରସା ତୁ ଦେଇ
ଥରେ ବିଶ୍ୱାସ ତୁଟିଲା ପରେ
ଆଉ ଜିଇଁ ହୁଏନାହିଁ

°•. Third Line .•°

ଭାବିଥିଲି ତୋ ସିନ୍ଥିରେ
ଦେବି ମୁଁ ସିନ୍ଦୁର
ଅଧା ରହିଗଲା ପ୍ରିୟା
ସବୁ ସ୍ୱପ୍ନ ମୋର
ସ୍ମୃତି ତୋର ବଞ୍ଚିବାକୁ
ଦଉନି ଲୋ ମୋତେ
ଝୁରି ଝୁରି ତୋ ପ୍ରେମକୁ
ଜଳିବି ମୁଁ କେତେ
ତୋ ମନକୁ ଯଦି କେହି
ଭାଙ୍ଗିଦବ ଭଲ ପାଇ
ସେଦିନ ବୁଝିବୁ ଯାଇ
କାହା ମନ ସାଥେ ଖେଳିବୁନି ପ୍ରିୟା
ନିଜ ସ୍ୱାର୍ଥ ପାଇଁ
ମନ ଥରେ ଜଳିଗଲା ପରେ
ଆଉ ଜିଇଁ ହୁଏନାହିଁ

°•. End .•°

Posted By – OdiaLyrics.Com™

Post Comment