Barasi Jaa Megha Tu Barasi Jaa
Song » Barasi Jaa Megha Tu Barasi Jaa •
Singer » Humane Sagar •
Music » Prem Darshan •
Lyrics » Prem Darshan •
Barasi Jaa Megha Tu Barasi Jaa Lyrics In Odia
°•. First Line .•°
ତୋତେ ଭଲ ପାଇକି ଆଜି
ଚୁନା ଚୁନା ହେଲା ମୋ ହୃଦୟ
ତୋ ଖୁସି ଚାହିଁକି ଆଜି
ଶୁଖୁନି ମୋ ଆଖିରୁ ଲୁହ
ତୋତେ ଭଲ ପାଇକି ଆଜି
ଚୁନା ଚୁନା ହେଲା ମୋ ହୃଦୟ
ତୋ ଖୁସି ଚାହିଁକି ଆଜି
ଶୁଖୁନି ମୋ ଆଖିରୁ ଲୁହ
ପଲକ ରେ ତୋତେ ବସେଇ ରଖିଥିଲି
ନିଜଠୁ ଅଧିକା ଭଲ ପାଉଥିଲି
ଭାବି ନଥିଲି ଧୋକା ଦବୁ ତୁ ଏମିତିକା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
ବରଷି ଯା…ବରଷି ଯା…
°•. Second Line .•°
କଣ୍ଟା କେବେବି ମୁଁ ସାଜିବିନି
କି ଆସିବିନି ତୋ ବାଟୋ ରେ
କହିଦେ ଥରେ ମୋ ରାଣ ତୋତେ
କାଇଁ ଖେଳିଲୁ ତୁ ମୋ ସାଥିରେ
କଣ୍ଟା କେବେବି ମୁଁ ସାଜିବିନି
କି ଆସିବିନି ତୋ ବାଟୋ ରେ
କହିଦେ ଥରେ ମୋ ରାଣ ତୋତେ
କାଇଁ ଖେଳିଲୁ ତୁ ମୋ ସାଥିରେ
ଯାହା ପାଇଁ ଏତେ ସପନ ଦେଖିଥିଲି
ସପନ ସାଥେ ମନ ଭାଙ୍ଗିଗଲା ଚାଲି
କହି ପାରେନା କି ମୋ ମନ ସହି ପାରେନା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
°•. Third Line .•°
ମୋ ଦୁଃଖ ସହି ପାରିବନି
ବୋଲି କହୁଥିଲା ଯିଏ ମୋତେ
ବଞ୍ଚି ଥାଉ ଥାଉ ମାରିଦେଇ
କୁହେ ଭୁଲିଯାଅ ଏବେ ମୋତେ
ମୋ ଦୁଃଖ ସହି ପାରିବନି
ବୋଲି କହୁଥିଲା ଯିଏ ମୋତେ
ବଞ୍ଚି ଥାଉ ଥାଉ ମାରିଦେଇ
କୁହେ ଭୁଲିଯାଅ ଏବେ ମୋତେ
ରକତରେ ଯାହା ନାଁ ଲେଖିଥିଲି
ଲୁହରେ ସେ ନାଁ କୁ ଆଜି ଲିଭେଇ ଦେଲି
ମୋ କାହାଣୀ ଲେଖିବି ମୁଁ ଏବେ ଏକା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
ବରଷି ଯା ମେଘ ତୁ ବରଷି ଯା
ମୋ ଆଖି ଲୁହ ତୋ ସାଥେ ଧୋଇ ନେଇଯା
ବରଷି ଯା…
ଏ ମେଘ ତୁ ବରଷି ଯା…
ଏ ମେଘ ତୁ ବରଷି ଯା…
ଏ ମେଘ ତୁ ବରଷି ଯା…
ବରଷି ଯା…
°•. End .•°
Posted By – OdiaLyrics.Com™
Post Comment