Bahuda Bramha

Song » Bahuda Bramha •
Singer » Ira Mohanty •
Music » Ganeswar Mohapatra •
Lyrics » Malaya Mishra •
Lyrics » Giridhar Gamanga •

Bahuda Bramha Lyrics In Odia

°•. First Line .•°

ଆଖିରେ ଥାଉ ବାହୁଡା ରଥ
କାନ ଶୁଣୁଥାଉ ତୁମରି ନାମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ହାତରେ ଥାଉ ମହା ପ୍ରସାଦ
ପାଦ ଛୁଇଁଥାଉ ତୁମରି ଧାମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ

°•. Second Line .•°

ଏନ୍ତୁଡି ଘରୁ ଜୁଇର ନିଆଁ
କିଛି ପାଣି କିଛି ବାଲି
ମିଶିବାକୁ ହେବ ମଶାଣି ମାଟିରେ
ଆଜି ନହେଲେବି କାଲି
ଏଇ ଜୀବନ ମୁଠେ ପବନ
ଏଇ ଅଛି ଏଇ ନାହିଁ
ନିଶ୍ୱାସକୁ ପରା ନାହିଁ ହେ ବିଶ୍ୱାସ
ବଞ୍ଚିଚି ତୁମରି ପାଇଁ
ମଥାରେ ଥାଉ ଟିପି ଚନ୍ଦନ
ତୁଣ୍ଡ କହୁଥାଉ ହୋରି ରାମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ

°•. Third Line .•°

ଜୀବନ ଜଞ୍ଜାଳ ନାହିଁ ଥଳକୂଳ
କେତେଦିନ ଛନ୍ଦିହେବି
କହେ ମନ ପକ୍ଷୀ ପାଖେ ନିଅ ଡାକି
ଆଉ ରହି ନପାରିବି
ଯେତେବାଟ ଆଉ ଯିବାକୁ ଅଛି ହେ
ହାତ ଧରି ମୋର ନେବ
ତମେ ବାହୁଡିବ ବାହୁଡା ରଥରେ
ମୋତେ ବାହୁଡାଇ ଦେବ
ଦେହରେ ଲାଗୁ ଶରଧା ବାଲି
ମନରେ ଥାଉ ମୋ କାଳିଆ ପ୍ରେମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ

°•. End .•°

Posted By – OdiaLyrics.Com™

Post Comment