To Premare Padigali Re

Song » To Premare Padigali Re •
Singer » Humane Sagar •
Singer » Ira Mohanty •
Music » Malaya Mishra •
Lyrics » Nihar Priyaashish •

To Premare Padigali Re Lyrics In Odia

°•. First Line .•°

ପୁ – କେଉଁ ସରଗର ଅପ୍ସରୀ ଟିଏ ତୁ
ଅହ୍ଲେଇଲୁ ମୋ ଗାଆଁରେ
କେଉଁ ସରଗର ଅପ୍ସରୀ ଟିଏ ତୁ
ଅହ୍ଲେଇଲୁ ମୋ ଗାଆଁରେ
ମୋ ଦେହରେ ଡେଣା ଲଗେଇ ଦେଇ ତୁ
ଉଡେଇ ନେଲୁ ସାଙ୍ଗରେ
ଆଲୋ ପ୍ରେମ ଚଢେଇ
ଦେଲୁ ଡେଣା ବାଡେଇ
ହାଏ ମୁଁ ମରିଗଲି ମରିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ଝି – ଅଚିହ୍ନାଁ ଦ୍ୱୀପର ରାଜ କୁମାର ତୁ
ଚିହ୍ନାଁ ହେଲୁ ଧିରେ ଧିରେ
ନିଜର ଠିକଣା ହଜେଇ ଦେଲି ମୁଁ
ତୋ ସାଥେ ମିଶିଲା ପରେ
ଆରେ ଭସା ବୋଉଦ
ଦେଲୁ ମିଠା ଦରଦ
ହାଏ ମୁଁ ମରିଗଲି ମରିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ

°•. Second Line .•°

ପୁ – ଲାଜରେ ଲାଜରେ ଲାବଣ୍ୟ ବତି ତୁ
ଗୁଣରେ ଗୋଟା ତୁଳସୀ
ତୋତେ ନେଇ କହ କୁଆଡେ ଯିବି ମୁଁ
ଗୋରୀ ତୁ ଏତେ ରୁପସୀ
ଲାଜରେ ଲାଜରେ ଲାବଣ୍ୟ ବତି ତୁ
ଗୁଣରେ ଗୋଟା ତୁଳସୀ
ତୋତେ ନେଇ କହ କୁଆଡେ ଯିବି ମୁଁ
ଗୋରୀ ତୁ ଏତେ ରୁପସୀ
ଝି – ସବୁ ରୁପ ଗୁଣ ତୋ ପାଖରେ ଶୂନ
ଏମିତି ହୃଦୟ ତୋର
ସେଇ ହୃଦୟରେ ଜାଗା ଟିକେ ପାଇ
ପାଇଚି ସରଗ ପୁର
ପୁ – ଆଲୋ ସାଧୋବ ବୋହୂ
ଲାଜ ସେତିକି ଥାଉ
ପାଖେ ତୋ ହାରିଗଲି ହାରିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ଝି – ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ

°•. Third Line .•°

ଝି – ଖୁସିରେ ଖୁସିରେ ଉଛୁଳି ପଡୁଚି
ତୋ ସାଥିରେ ହେଲେ ଭେଟ
ପ୍ରେମରେ ତୋର ହଜାରେ ବର୍ଷ ବି
ପଡିଯିବ ଛୋଟ ଛୋଟ
ଖୁସିରେ ଖୁସିରେ ଉଛୁଳି ପଡୁଚି
ତୋ ସାଥିରେ ହେଲେ ଭେଟ
ପ୍ରେମରେ ତୋର ହଜାରେ ବର୍ଷ ବି
ପଡିଯିବ ଛୋଟ ଛୋଟ
ପୁ – ତୋ ପାଖରୁ ମୋହ ତୁଟିବନି କେବେ
ସବୁଦିନ ଥିବୁ ନୂଆଁ
ଏମିତି ତୋ ପାଖେ ଅଛି କି କୁହୁକ
କରୁ ମୋତେ ପ୍ରେମ ମୁହାଁ
ଝି – ଆରେ ପ୍ରେମ ନାଉରି
ମୋତେ କରିଦେ ପାରି
ହାଏ ମୁଁ ବୁଡିଗଲି ବୁଡିଗଲିରେ
ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ପୁ – ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ଝି – ହୋ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ପୁ – ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ
ଝି – ମୁଁ ତୋ ପ୍ରେମରେ ପଡୁ ପଡୁ ହାଏ ପଡିଗଲିରେ
ପୁ – ମୁଁ ତୋ ପ୍ରେମରେ ପଡୁ ପଡୁ ପଡିଗଲିରେ

°•. End .•°

Posted By – OdiaLyrics.Com™

Post Comment