Laja Odhani
Song » Laja Odhani •
Singer » Barsha Rani Parida •
Music » Sapan Kumar Panda •
Lyrics » Sapan Kumar Panda •
Laja Odhani Lyrics In Odia
°•. First Line .•°
ମୋତେ ପିନ୍ଧାଇଦେ ପିନ୍ଧାଇଦେ ଲାଜ ଓଢଣୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ ପିନ୍ଧାଇଦେ ପିନ୍ଧାଇଦେ ଲାଜ ଓଢଣୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
ମନ ହୁଏ ଅଧିର ପାଦେ ବାନ୍ଧି ଘୁଙ୍ଗୁର
ମନ ହୁଏ ଅଧିର ପାଦେ ବାନ୍ଧି ଘୁଙ୍ଗୁର
ତା ବଇଁଶୀ ସ୍ୱର ମୋତେ ନଉଚି ଟାଣି
ସଜନୀ ସଜନୀ ସଜନୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
ମୋତେ ପିନ୍ଧାଇଦେ ପିନ୍ଧାଇଦେ ଲାଜ ଓଢଣୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
°•. Second Line .•°
ଦେହରେ ମୋ ଆଙ୍କିଦେ ତିଳକ ଚିତା
କାହ୍ନାଁ ମୋର ଡାକିଲେଣି ଆସ ଲଳିତା
ଝୁଲାଇଦେ ମୋ ଗଳାରେ ତୁଳସୀ ମାଳ
ହାତ ଠାରି ଡାକିଲାଣି ଜମୁନା କୂଳ
ଦେହରେ ମୋ ଆଙ୍କିଦେ ତିଳକ ଚିତା
କାହ୍ନାଁ ମୋର ଡାକିଲେଣି ଆସ ଲଳିତା
ଝୁଲାଇଦେ ମୋ ଗଳାରେ ତୁଳସୀ ମାଳ
ହାତ ଠାରି ଡାକିଲାଣି ଜମୁନା କୂଳ
ମନ ହୁଏ ଅଥୟ ଦିଶେ ତା କଳା ମୁହଁ
ମନ ହୁଏ ଅଥୟ ଦିଶେ ତା କଳା ମୁହଁ
ତା ବାଙ୍କ ଚାହାଣୀ ମୋତେ କଲାଣି ଗୁଣି
ସଜନୀ ସଜନୀ ସଜନୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
°•. Third Line .•°
ଦେହରେ ମୋ ବୋଳିଦିଅ ଅଗୁରୁ ଚନ୍ଦନ
ମନକୁ କରିଚି ମୋର ଗୋପ ବୃନ୍ଦାବନ
ଆଖିରେ ମୋ ଟାଣିଦିଅ କଜଳର ଗାର
ତୁଣ୍ଡରେ ଜପିବି ଆଜି ନାମକୁ ତାହାର
ଦେହରେ ମୋ ବୋଳିଦିଅ ଅଗୁରୁ ଚନ୍ଦନ
ମନକୁ କରିଚି ମୋର ଗୋପ ବୃନ୍ଦାବନ
ଆଖିରେ ମୋ ଟାଣିଦିଅ କଜଳର ଗାର
ତୁଣ୍ଡରେ ଜପିବି ଆଜି ନାମକୁ ତାହାର
ତା ମୟୁର ଚୂଳ ମୋତେ କରେ ପାଗଳ
ତା ମୟୁର ଚୂଳ ମୋତେ କରେ ପାଗଳ
ତା ବଇଁଶୀ ସ୍ୱର ମୋତେ ନଉଚି ଟାଣି
ସଜନୀ ସଜନୀ ସଜନୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
ମୋତେ ପିନ୍ଧାଇଦେ ପିନ୍ଧାଇଦେ ଲାଜ ଓଢଣୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
ମନ ହୁଏ ଅଧିର ପାଦେ ବାନ୍ଧି ଘୁଙ୍ଗୁର
ମନ ହୁଏ ଅଧିର ପାଦେ ବାନ୍ଧି ଘୁଙ୍ଗୁର
ତା ବଇଁଶୀ ସ୍ୱର ମୋତେ ନଉଚି ଟାଣି
ସଜନୀ ସଜନୀ ସଜନୀ ହାଏ
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
କୃଷ୍ଣ ପ୍ରେମ ବାଇ କଲାଣି
ମୋତେ କୃଷ୍ଣ ପ୍ରେମ ବାଇ କଲାଣି
°•. End .•°
Posted By – OdiaLyrics.Com™
Post Comment