Hey Jaga

Song » Hey Jaga •
Singer » Sourav Bharadwaj •
Music » Abhijit Tripathy •
Lyrics » Silu Bibhu •

Hey Jaga Lyrics In Odia

°•. First Line .•°

ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା
ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା
ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା
ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା
ମୁଁ ଲୋଭି ତୁ ମୋ ଲୋଭ
ମୁଁ ଗର୍ବି ତୁ ମୋ ଗର୍ବ
ରାଗି ମୁଁ ତୁ ମୋ ରାଗ
ଭୋଗୀ ମୁଁ ତୁ ମୋ ଭୋଗ
ମୋ ଦେହରୁ ଜୀବନ ଫେଡି
ତୋ ଦେହରେ ଯୋଡି ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ

°•. Second Line .•°

ତୁ ତୋତେ ଗଢିଚୁ ପୁଣି ମୋତେ ଗଢିଚୁ
ତୋତେ ଅଧା ମୋତେ ପୁରା କରିଚୁ
ମୁଁ ମାଗିଲେ ଦଉ ନମାଗିଲେବି ଦଉ
ଅଛିଣ୍ଡା ବନ୍ଧନ ବାନ୍ଧି ଦେଇଚୁ
ତୁ ସତ ତୁହି ମନ୍ତ୍ର
ତୁ ତିଥି ତୁ ନକ୍ଷତ୍ର
ଶୂନ୍ୟ ତୁ ତୁହି ପୁର୍ଣ୍ଣ
ବିଧି ତୁ ତୁ ବିଧାନ
ମୋ ନିଶ୍ୱାସ ଧାଡି ଶେଷରେ
ପୂର୍ଣ୍ଣଛେଦ ଟାଣିଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ

°•. Third Line .•°

ତୁ ସବୁ ଦେଖୁଚୁ ହେଲେ କିଛି କହୁନୁ
ନିଜେ ବସି ମୋତେ ବାଟ କଢଉଚୁ
ତୁ ମନ୍ଦିରେ ଥାଉ ପୁଣି ମନରେ ଥାଉ
ମାୟାର ଖେଳରେ ଜିତି ଚାଲିଚୁ
ତୁ ବିନ୍ଦୁ ତୁହି ବୃତ ତୁ ସ୍ୱପ୍ନ ତୁହି ସତ
ଲେଖା ତୁ ତୁ ଲେଖକ
ଜାତି ତୁ ତୁ ଜାତକ
ମୋ ହାତରୁ ଆୟୁଷ ଗାର
ତୋ ହାତରେ ପୋଛିଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ
ହେ ଜଗା ତୋ କଳା ଅନ୍ଧାରରେ ମୋତେ
ମିଶେଇ ଦେ

°•. End .•°

Posted By – OdiaLyrics.Com™

Post Comment