Jali Mu Sarichi Tu Aau Jalana

Song » Jali Mu Sarichi Tu Aau Jalana •
Singer » Humane Sagar •
Music » Kr Pintu •
Lyrics » Chandan Mishra •

Jali Mu Sarichi Tu Aau Jalana Lyrics In Odia

°•. First Line .•°

ତୁ ମିଛରେ କହିଦେ ଥରେ
ଭଲ ପାଉ ମୋତେ ବୋଲି
ତୋ ଛଳନାର ରାଇଜରୁ
ମୁଁ ହସି ହସି ଯିବି ଚାଲି
ତୁ ମିଛରେ କହିଦେ ଥରେ
ଭଲ ପାଉ ମୋତେ ବୋଲି
ତୋ ଛଳନାର ରାଇଜରୁ
ମୁଁ ହସି ହସି ଯିବି ଚାଲି
ତୋ ପାଦରେ ନଫୁଟୁ କଣ୍ଟା
ସଜା ଥାଉ ଫୁଲ ଖାଲି
ମୋ ପ୍ରେମ ମହଲରେ ପଛେ
ନିଆଁ ଝୁଲ ଯାଉ ଭରି
କିଏ ଆଉ ବୁଝିବ ଲୋ ତୋ ଅଳି ଅଝଟ
ରୁଷି ଥିଲେ ଶୁଣେଇବ ରାଜା ରାଣୀ ଗପ
ଦରଦ ଏ ଛାତିର ସହି ହୁଏନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା

°•. Second Line .•°

କଥା ଥିଲା ଆମେ ସାଥି ହେଇ
ରହିବାକୁ ସାତ ଜନ୍ମ ପାଇଁ
ଭୁଲିଗଲୁ ସବୁ ପଛ ଦିନ
ଥିଲି ପରା ଦିନେ ତୋ ଜୀବନ
ତୋ ସ୍ମୃତି କରୁଚି ବିକଳ
ମୁଁ ହୁଏ ତୋ ବିନା ପାଗଳ
ତୁ ଥରୁଟେ ଆ ଲୋ ଫେରି
ମୁଁ ମରୁଚି ଲୋ ତୋତେ ଝୁରି
କିଏ ଆଉ ପାଇବ ଲୋ ମୋ ପରିକା ଭଲ
ଲୁହ ପିଇ ଚାହୁଁଥିବ ତୋରି ମଙ୍ଗଳ
ମଧୁଶାଳା ଜୀବନରେ ଜୁଇ ଜଳାନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା

°•. Third Line .•°

ମୋ ଛାତିରେ ଦିନେ ମଥା ରଖି
ଦେଖୁଥିଲୁ ସ୍ୱପ୍ନ ସାରା ରାତି
ସେ ସପନ ରଖିଦେଲୁ ଅଧା
ମୋ ପ୍ରେମକୁ କାଇଁ ଦେଲୁ ବାଧା
ଯେବେ କାଢିଦେଲୁ ତୋ ମନରୁ
ଲୁହ ସରୁନି ଜମା ଆଖିରୁ
ଏତେ ପରେବି ମୋ ମନ ଚାହେଁ
ହସ ନସରୁ ତୋ ଓଠରୁ
କିଏ ଆଉ ଦବ ତୋତେ ମୋଠୁ ବେଶି ଖୁସି
କିଏ ଆଣିଦବ ତୋତେ ସରଗର ଶଶି
ସରଳ ହୃଦୟ ମୋର ନୁହେଁ ଖେଳନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା
ଜଳି ମୁଁ ସାରିଚି ମୋତେ ଆଉ ତୁ ଜଳାନା
ମରି ମୁଁ ସାରିଚି ମୋତେ ଆଉ ତୁ ମାର୍’ନା

°•. End .•°

Posted By – OdiaLyrics.Com™

Post Comment