Tu Mo Agarabati

Song » Tu Mo Agarabati •
Singer » Humane Sagar •
Singer » Ira Mohanty •
Music » Malaya Mishra •
Lyrics » Subash Mishra •

Tu Mo Agarabati Lyrics In Odia

°•. First Line .•°

ପୁ – ତୁ ଏମିତି ଝିଅଟେ ଲକ୍ଷେରେ ଗୋଟେ
ତୋତେ ଟିକେ ଭଲ ପାଆନ୍ତି
ନିଜଠୁ ବେଶି ନିଜର କରି
ଛାତିରେ ସାଇତି ରଖନ୍ତି
ଫୁଲ ସବାରିରେ ବାହା ରସଣି ରେ
ତୋତେ ନେଇ ଆସନ୍ତି
ତୁ ମୋର…
ତୁ ମୋର…
ତୁ ମୋର ପାହାନ୍ତି ସକାଳର ଅଗରବତି
ତୁ ମୋର ପାହାନ୍ତି ସକାଳର ଅଗରବତି
ଝି – ତୁ ଏମିତି ପୁଅଟେ ସୁନା ମୁଣ୍ଡାଟେ
ତୋତେ ଏଇ ମନ ଦିଅନ୍ତି
ତୋ ହାତ ଧରି ଛାଇଟେ ପରି
ତୋ ସାଥିରେ ବାଟ ଚାଲନ୍ତି
ସଙ୍ଖା ସିନ୍ଦୁର ରେ ନାଲି ଓଢଣୀ ରେ
ମୁଁ ଚାଲି ଯାଆନ୍ତି
ତୁ ମୋର…
ତୁ ମୋର…
ତୁ ମୋର ପାହାନ୍ତି ସକାଳର ଅଗରବତି
ତୁ ମୋର ପାହାନ୍ତି ସକାଳର ଅଗରବତି

°•. Second Line .•°

ପୁ – ତୋତେ ଚାହିଁଦେଲେ ମୋର ଶୁଭ ଖାଲି ଶୁଭ
ତୁ ଥିଲେ ପାଖରେ ମୋର ଲାଭ ଖାଲି ଲାଭ
ତୋତେ ଚାହିଁଦେଲେ ମୋର ଶୁଭ ଖାଲି ଶୁଭ
ତୁ ଥିଲେ ପାଖରେ ମୋର ଲାଭ ଖାଲି ଲାଭ
ଝି – ତୁ କଥା ହେଲେ ଲାଗେ ଖୁସି ଖାଲି ଖୁସି
ତୁ ଥିଲେ ନିରାପଦ ଲାଗେ ବେଶି ବେଶି
ପୁ – ତୋ ସାଥିରେ ଦିନ ରାତିରେ
ସବୁ ବାଟ ଚାଲି ଯାଆନ୍ତି
ତୁ ଥକିଲେ ବାଟ ମଝିରେ
ମୁଣ୍ଡେଇ କି ନେଇ ଯାଆନ୍ତି
ତୋରି ପାଖରେ ତୋ ପ୍ରେମ ବାସ୍ନାରେ
ସବୁ ଦିନ ଭିଜନ୍ତି
ତୁ ମୋର…
ତୁ ମୋର…
ତୁ ମୋର ପାହାନ୍ତି ସକାଳର ଅଗରବତି
ଝି – ତୁ ମୋର ପାହାନ୍ତି ସକାଳର ଅଗରବତି

°•. Third Line .•°

ଝି – ତୋ ପାଇଁ କି ମୋ ମନରେ ଲାଗିଗଲା ଡେଣା
ତୋ ବିନା ମୁଁ ସବୁବେଳେ ହୁଏ ବାଟ ବଣା
ତୋ ପାଇଁ କି ମୋ ମନରେ ଲାଗିଗଲା ଡେଣା
ତୋ ବିନା ମୁଁ ସବୁବେଳେ ହୁଏ ବାଟ ବଣା
ପୁ – ବାଟ ବଣା ବାଟୋଇକୁ ମିଳିଚି ଠିକଣା
ପ୍ରେମିକ କୁ ମିଳିଗଲା ପ୍ରେମର ପାଉଣା
ଝି – ତୋ ପ୍ରେମରେ ଭାସି ଭାସି ରେ
ତୋ ଦୁଆରେ ମୁଁ ଲାଗି ଯାଆନ୍ତି
ତୋ ଅଗଣାର ତୁଳସୀ ହେଇ
ତୋ ଘର ମଝିରେ ମୁଁ ଶୋଭା ପାଆନ୍ତି
କେବେ ସାଜି ରାଣୀ କେବେ ପୁଜାରିଣୀ
ହେଇ ପୂଜା କରନ୍ତି
ତୁ ମୋର…
ତୁ ମୋର…
ତୁ ମୋର ପାହାନ୍ତି ସକାଳର ଅଗରବତି
ପୁ – ତୁ ମୋର ପାହାନ୍ତି ସକାଳର ଅଗରବତି
ଝି – ତୁ ମୋର ପାହାନ୍ତି ସକାଳର ଅଗରବତି
ପୁ – ତୁ ମୋର ପାହାନ୍ତି ସକାଳର ଅଗରବତି

°•. End .•°

Posted By – OdiaLyrics.Com™

Post Comment