Aaina 2.0

Song » Aaina 2.0 •
Singer » Humane Sagar •
Singer » Antara chakraborty •
Music » Chinmay Dash – Bibhun •
Lyrics » Biku Babu •

Lyrics In English

Aaina 2.0 Batare Lyrics

°•. First Line .•°

ପୁ – ପ୍ରେମ କେତେବେଳେ ହୁଏ ଜାଣି ହୁଏ ନାହିଁ
କହିବାକୁ ତୋତେ ଗଲେ ଡର ଲାଗେ କାଇଁ
ଯେବେ ଯେବେ ସଜ ହେଉ ଲାଗୁ ସାହେବାଣୀ
ସେତେ ଥର ପାଖେ ତୋର ହାରେ ଜାଣି ଶୁଣି
ଝି – ନିରବ ମୋ ନିରବତା ଭାଙ୍ଗେ ତୋର ନିଦ
ଯେବେ ଯେବେ ଶୁଣୁ ମୋର ପାଉଁଜି ର ଶବ୍ଦ
ପୁ – ଚୁମ୍ବକ ପରି ଟାଣି ହେଇ ଯାଉ ସେତେ ରେ
ଝି – ଯେବେ ଯେବେ ସପନରେ ମୁଁ ତୋତେ ଖୋଜେ ରେ
ଲାଗେ କାଇଁ ତୁ ଅଛୁ ବୋଧେ ମୋ ପାଖରେ
ପୁ – ଯେବେ ଯେବେ ଆଇନା ରେ ମୋ ମୁହଁ ଦେଖେ ରେ
ନାଚି ଉଠେ ତୋ ମୁହଁ ଖାଲି ମୋ ସାମ୍ନା ରେ

°•. Second Line .•°

ପୁ – ଗାଁ ଦାଣ୍ଡେ ଯେବେ ଯାଉ ସାଙ୍ଗ ସାଥି ମେଳେ ମିଶି
ଲୁଚି ଦେଖୁଥାଏ ତୋତେ ଗାଁ ଚାନ୍ଦିନୀ ରେ ବସି
ଝି – ଅମାନିଆଁ ଏଇ ମନ ମାନେନା କିଛି ବାରଣ
ଧିରେ ଧିରେ ଜାଣିଗଲିଣି ଏ ତ ପ୍ରେମ ଲକ୍ଷଣ
ପୁ – ଦେଖିବାକୁ ତୋତେ କାଇଁ ଲାଗେ ଏତେ କୋହଳ
ବିଧାତା ବି ତୋତେ ଦେଖି ହୁଏ ଭାବ ବିହଳ
ଝି – ନିସର୍ତ ରେ ମୁଁ ତୋତେ ଖାଲି ଭଲ ପାଏ ରେ
ପୁ – ଯେବେ ଯେବେ ଆଇନା ରେ ମୋ ମୁହଁ ଦେଖେ ରେ
ନାଚି ଉଠେ ତୋ ମୁହଁ ଖାଲି ମୋ ସାମ୍ନା ରେ
ଝି – ଯେବେ ଯେବେ ସପନରେ ମୁଁ ତୋତେ ଖୋଜେ ରେ
ଲାଗେ କାଇଁ ତୁ ଅଛୁ ବୋଧେ ମୋ ପାଖରେ

°•. Third Line .•°

ଝି – ବେଣି ଖୋଲି ଚାଲିଗଲେ ପଛେ କାଇଁ ଆସୁ ମୋର
ବୁଲି ଚାହିଁ ଦେଖିଦେଲେ ପ୍ରତିଛବି ଦିଶେ ତୋର
ପୁ – ଚାହାଣି ରେ ତୋର ଅଛି ସତେ କି ପ୍ରେମ କୁହୁକ
ଯେବେ ଯେବେ ଭେଟ ହେଉ ବାସେ ଖାଲି ତୋ ମହକ
ଝି – ତୋ ପାଖରେ ବନ୍ଧା ମୋର ଏ ଦେହ ମନ
ପାରୁ ନାହିଁ ତୋ ବିନା ଦେଖି କାଇଁ ସପନ
ପ୍ରତି ମୁହୁର୍ତ ରେ ମୁଁ ଖାଲି ତୋତେ ଚାହେଁ ରେ
ପୁ – ଯେବେ ଯେବେ ଆଇନା ରେ ମୋ ମୁହଁ ଦେଖେ ରେ
ନାଚି ଉଠେ ତୋ ମୁହଁ ଖାଲି ମୋ ସାମ୍ନା ରେ
ଝି – ଯେବେ ଯେବେ ସପନରେ ମୁଁ ତୋତେ ଖୋଜେ ରେ
ଲାଗେ କାଇଁ ତୁ ଅଛୁ ବୋଧେ ମୋ ପାଖରେ
ପୁ – ଯେବେ ଯେବେ ଆଇନା ରେ ମୋ ମୁହଁ ଦେଖେ ରେ
ନାଚି ଉଠେ ତୋ ମୁହଁ ଖାଲି ମୋ ସାମ୍ନା ରେ

°•. End .•°

Posted By – OdiaLyrics.Com™