Babu Re Aaji Jaluchi Maa Ra Jui Re

Song » Babu Re Aaji Jaluchi Maa Ra Jui Re •
Singer » S Jitu •
Music » Srinibash Biswal •
Lyrics » Janmajaya Nayak •

Lyrics In English

Babu Re Aaji Jaluchi Maa Ra Jui Re Lyrics In Odia

°•. First Line .•°

ସୁଖ ମଉସୁମି ଯେବେ ହଜେ ଅଦିନେ
ବେସାହାରା ଯାଏ ଭିଜି ଲୁହ ଶ୍ରାବଣେ
ଯିଏ ଥିଲା ପୁଅ ପାଇଁ ଟିକି ଦୁନିଆଁ
ସିଏ ଯାଏ ଫେରି ଆଜି ତୁଟେଇ ମାୟା
ମମତା ମନ୍ଦିରେ ପଡିଲା ତାଲା
ଦାରୁଣ ସାଜିଚି ଉପରୱାଲା
ଯେତେ ଡାକିଲେବି ଶୁଣିବନି ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ

°•. Second Line .•°

ନିରବ ରେ ମାଁ ସିନା ଶୁଇଚି ରୁଷି
ଗେହ୍ଲା ପୁଅ ଛାତି ପିଟି କାନ୍ଦୁଚି ବସି
ଅମାନିଆଁ ଲୁହ ଖାଲି ପଡୁଚି ଝରି
ଅଜଣା ରାଇଜେ ମାଁ ଯାଉଚି ଫେରି
ଗପ କହି ଲୋରି ଗାଇ କରେ ଯେ ତୁନି
ସରିଗଲା ଆଜି ତା ମିଛ କାହାଣୀ
ଯେତେ କାନ୍ଦିଲେବି ଉଠିବନି ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ

°•. Third Line .•°

ଚାନ୍ଦ ଦେଖୁଥିଲୁ ଶୋଇ ଯାହାର କୋଳେ
ଛୋ ଖଣ୍ଡି ବାଉଁଶ ରେ ଆଜି ସେ ଫେରେ
ନିଜେ ସହି ସବୁ ଦୁଃଖ ବାଣ୍ଟି ସରଧା
ଏକା କରି ଆଜି ପୁଣି ହୁଏ ସେ ବିଦା
ନିଜ ସୁଖ ଭୁଲି ମାଗେ ତୋ ଆୟୁଷ
ସହି ସହି ଆଜି ତା ଜୀବନ ଶେଷ
ରୁଷିଲେ ତୁ ମନେଇବ କିଏ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ
ବାବୁ ରେ ଆଜି ଜଳୁଚି ତାହାର ଜୁଇ ରେ

°•. End .•°

Posted By – OdiaLyrics.Com™